ସ୍ୱାମୀକୁ ହତ୍ୟା ଧମକ ଦେଉଛନ୍ତି ସ୍ତ୍ରୀ ଓ ତାଙ୍କ ପ୍ରେମିକ, ଥାନାରେ ମାମଲା

କୁତ୍ରା: ‘ତୋତେ ଖଣ୍ଡ ଖଣ୍ଡ କରି କାଟିଦେବି, ତୋ ସ୍ତ୍ରୀକୁ ଛାଡି ଦେ, ମୁଁ ବିବାହ କରିବି’ କିଛି ଏଭଳି ଧମକ ଦେଉଥିବା ନେଇ ଜଣେ ବ୍ୟକ୍ତି କୁତ୍ରା ଥାନାରେ ଅଭିଯୋଗ କରିଛନ୍ତି | କୁତ୍ରା ବ୍ଲକ ଅନ୍ତର୍ଗତ ଲତାଲଗା ଗ୍ରାମର ପୁଲିନ୍ଦ୍ର ଦିଉରିଆ ୨୦୧୧ ମସିହାରେ ଝାରବେଡା ଗ୍ରାମର ଜନୈକା ଯୁବତୀଙ୍କୁ ବିବାହ କରିଥିଲେ | ତେବେ ପୁଲିନ୍ଦ୍ର ଦିଉରିଆଙ୍କ ସ୍ତ୍ରୀର ଲାଠିକଟା ଗ୍ରାମର ରାଜେଶ ପାତ୍ର ନାମକ ଯୁବକଙ୍କ ସହ ପ୍ରେମ ସଂପର୍କ ଥିବା ସହ ଶାରିରୀକ ସଂପର୍କ ମଧ୍ୟ ଥିବା ସେ ଅଭିଯୋଗ କରିଛନ୍ତି।

ଆଉ ଏହାକୁ ନେଇ ପୁଲିନ୍ଦ୍ରଙ୍କୁ ଧମକ ମିଳୁଥିବାର ସେ ଅଭିଯୋଗ କରିଛନ୍ତି | ଗତ ୭ ତାରିଖ ଦିନ ରାତିରେ ପ୍ରେମିକ ରାଜେଶ ପାତ୍ର ଫୋନରେ ଗାଳିଗୁଲଜ କରି ମାନସିକ ଯନ୍ତ୍ରଣା ଦେଇଥିବା ସହ ବାରମ୍ବାର ହତ୍ୟା ଧମକ ଦେଉଥିବା ସେ କୁତ୍ରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

କୁତ୍ରା ପୁଲିସ୍ କେଶ୍ ନଂ ୦୧୩୦ ରେ ଏକ ମାମଲା ରୁଜୁ କରି ଆଇପିସି ଏକ୍ଟ ୧୮୬୦ ଧାରା ୩୯୪,୫୦୬ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସମ୍ବନ୍ଧିତ ଖବର