ତେନ୍ତୁଳିଖୁଣ୍ଟି: ଫୋନରେ ଧମକ ଦେଇ ଦାଦା ବଟି ମାଗୁଥିଲେ। ଦାଦା ବଟି ନଦେଲେ ବିଭିନ୍ନ ଧମକ ଚମକ ଦେଉଥିଲେ। ଠିକା କାମ କରୁଥୁବା କଣ୍ଟ୍ରାକ୍ଟରମାନଙ୍କୁ ଦାଦାବଟି ନଦେଲେ କାମ ବନ୍ଦ କରିଦେବାର ଧମକ ଦେଉଥିବା ବେଳେ ଆଜି ଅଂଚଳଗୁମ୍ମାର ଯୁବକମାନେ ଜଣଙ୍କୁ ଧରି ଥାନାରେ ଜିମା ଦେଇଛନ୍ତି। ଯୁବକ ଜଣକ ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବାରିଗୁଡା ଗ୍ରାମର ଜଗତ ରାମ ସୁନା (୨୨) ବୋଲି ଜଣାପଡିଛି। ସାଥିରେ ଥିବା ଚାରିଜଣ ଫେରାର ହୋଇ ଯାଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ ଅଂଚଳଗୁମ୍ମା ଗ୍ରାମର ଚନ୍ଦନ କୁମାର ଚୌଧୁରୀ ପାତ୍ରପୁଟ ଠାରୁ ତଣ୍ଡା ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ କରୁଛନ୍ତି। କାମତା ଗ୍ରାମର ନୂତନ ନାୟକ (୨୫) ଗତ ୧୩ ତାରିଖ ଦିନ କାମ କରୁଥିବା କଣ୍ଟ୍ରାକ୍ଟର ଚନ୍ଦନ ଚୌଧୁରୀଙ୍କୁ ଫୋନ କରି ୫୦ ହଜାର ଟଙ୍କା ଦେବା ଦେବା ସହ ଟଙ୍କା ନଦେଲେ କାମ ବନ୍ଦ କରିଦେବା ନେଇ ଧମକ ଦେଇଥିଲା।
ତେବେ ଆଜି ସକାଳୁ ନୂତନଙ୍କ ସମେତ ବାରିଗୁଡା ଗ୍ରାମର ଜଗତରାମ ଏବଂ କେତେଜଣ ସହଯୋଗୀ ମଟରସାଇକେଲ ଯୋଗେ କାମ ଚାଲୁଥିବା ସ୍ଥାନ ଗୁମିଦୋରା ଗାଁ ନିକଟରେ ପହଂଚି କାମ କରୁଥୁବା ଶ୍ରମିକମାନଙ୍କୁ କାମ ବନ୍ଦ କରିବା ପାଇଁ ଧମକ ଦେଇଥିଲେ।
ସେହିପରି କଣ୍ଟ୍ରାକ୍ଟର ଚନ୍ଦନକୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇଁ ଥାନାରେ ଅଭିଯୋଗ ହୋଇଛି । ଖବର ପାଇ ଅଂଚଳଗୁମ୍ମା ଗ୍ରାମର ଯୁବକମାନେ ଘଟଣା ସ୍ଥଳରେ ପହଂଚିବା ବେଳକୁ ନୂତନଙ୍କ ସମେତ ତାଙ୍କ ସହଯୋଗୀମାନେ ଖସି ଚାଲି ଯାଇଥିବା ବେଳେ ଜଗତରାମଙ୍କୁ ଧରି ତେନ୍ତୁଳିଖୁଣ୍ଟି ଥାନାରେ ଜିମା ଦେଇଥିବା ଜଣାପଡିଛି । ଗୁମିଦୋରା ପାପଡାହାଣ୍ଡି ଥାନା ଅଧୀନରେ ଯାଉଥିବା ଯୋଗୁଁ ତେନ୍ତୁଳିଖୁଣ୍ଟି ଆଇ.ଆଇ.ସି ପ୍ରମୋଦ କୁମାର ନାୟକ ଯୋଗାଯୋଗ କରି ଦାଦା ବଟି ମାଗୁଥିବା ଯୁବକଙ୍କୁ ନେଇଁ ପାପଡାହାଣ୍ଡି ଥାନାକୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏଥିରେ ସମ୍ପୃକ୍ତ ଅନ୍ୟ ସହଯୋଗୀ ମାନଙ୍କୁ ଖୋଜା ଚାଲିଥୁବା ଆଇଆଇସି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/naba2-1.jpg)