ରାୟଗଡା: ରାୟଗଡା ଜିଲ୍ଲା ମିଳିତ ଅମଲା ମଞ୍ଚ ତରଫରୁ ଆଜି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ମିଶନ ଗ୍ରେଡ ପେ’ ୪୨୦୦ ଟଂକା କରାନଗଲେ ଆସନ୍ତା ଜୁନ ୧ ତାରିଖ ଠାରୁ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲା ମିଳିତ ଅମଲା ମଞ୍ଚର ଜିଲ୍ଲା ସଭାପତି ଅରୁଣ କୁମାର ପାଢୀଙ୍କ ନେତୃତ୍ବରେ ଜିଲ୍ଲାର ଶତାଧିକ ଅମଲା ଉପସ୍ଥିତ ଥିଲେ।

Advertisment

ସରକାରଙ୍କ ନିକଟରେ ଅମଲା ସଂଘର ମାତ୍ର ଗୋଟିଏ ଦାବି ମିସନ ଗ୍ରେଡ ପେ’ ୪୨୦୦ ଟଂକା କରାଯାଉ। ସରକାର ଏନେଇ ଟାଳଟୂଳ ନୀତି ଅବଲମ୍ବନ କରୁଥିବାରୁ ରାଜ୍ୟ ନେତୃତ୍ବର ଡାକରାରେ ସମସ୍ତ ଅମଲାମାନେ ଆସନ୍ତା ୨୨ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରି ପ୍ରତିବାଦ କରିବେ। ଯଦି ଏହି ସମୟ ମଧ୍ୟରେ ସରକାର କୌଣସି ନିଷ୍ପତ୍ତି ନନିଅନ୍ତି ତେବେ ଆସନ୍ତା ୧ ତାରିଖ ଠାରୁ ସମସ୍ତେ ସମୂହ ଛୁଟିରେ ଯିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆବାହକ ମନୋଜ କୁମାର ରଥ, ସଂପାଦକ ଗୋପିନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।