ରାୟଗଡା: ଆମ ୫ଟି ଉପକ୍ରମରେ "ଆମ ହସ୍ପିଟାଲ" ଯୋଜନାରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ୧୫ ଜିଲ୍ଲାର ୭୩ ଟି "ଆମ ହସ୍ପିଟାଲ" ଅଭାସି ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି। ଏହି ଯୋଜନାରେ ଆମ ଜିଲ୍ଲା ସଦରର ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ-ଗୁଣୁପୁର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁନିଗୁଡାର ଆମ ହସ୍ପିଟାଲ ପ୍ରକଳ୍ପ ଜରିଆରେ ରୁପାନ୍ତରିତ ହୋଇଥିବା ସରକାରୀ ଡାକ୍ତରଖାନାକୁ ଲୋକାର୍ପଣ କରାଯାଇଛି। ଶନିବାର ଲୋକାର୍ପଣ ଉତ୍ସବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ-ଗୁଣୁପୁର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁନିଗୁଡା ଠାରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଆମ ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ।

Advertisment

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଉପଜିଲ୍ଲାପାଳ ଗୁଣୁପୁର କିରଣଦୀପ କୌର ସହୋଟା ଏବଂ ଉପଖଣ୍ଡ ଚିକିତ୍ସାଳୟ-ଗୁଣୁପୁରର ସୁପରିଟେଣ୍ଡେଣ୍ଟ ଡା ରମେଶ ଚନ୍ଦ୍ର ସାହୁ, ପ୍ରକଳ୍ପ ପ୍ରଶାସକ ଶାନ୍ତିପ୍ରଭା ପ୍ରଧାନ ପ୍ରମୁଖ ଗୁଣୁପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ବିଧାୟକ ରାୟଗଡ଼ ମକରନ୍ଦ ମୁଦୁଲି,ଏସଡିସି ଅଧ୍ୟକ୍ଷା ଅନୁସୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ, ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ଚିକିତ୍ସାଧିକାରୀ ତଥା ସୁପରିଟେଣ୍ଡେଣ୍ଟ ଡା ବରଦା କାନ୍ତ ମିଶ୍ର ଉପସ୍ଥିତ ଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମୁନିଗୁଡାରେ ଆୟୋଜିତ ଆମ ହସ୍ପିଟାଲ ଲୋକାର୍ପଣ କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ମନ୍ତ୍ରୀ ଜଗନ୍ନାଥ ସରକା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ ଉପସ୍ଥିତ ଥିଲେ।

publive-image

ରାୟଗଡ଼ ଜିଲ୍ଲାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଆଣିବା ନିମନ୍ତେ ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪୯୦.୦୧ ଲକ୍ଷ ଟଂକା ବ୍ୟୟ, ଉପଖଣ୍ଡ ଚିକିତ୍ସାଳୟ-ଗୁଣୁପୁର ୩୭୩.୪୬ ବ୍ୟୟ କରାଯାଇଥି ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁନିଗୁଡା ୧୬୪.୩୫ ଲକ୍ଷ ବ୍ୟୟରେ ଏକ ରାଷ୍ଟ୍ରାୟତ ସଂସ୍ଥା ଆମ ହସ୍ପିଟାଲ ପ୍ରକଳ୍ପର ରୁପାନ୍ତରିତ କାର୍ଯ୍ୟଭାର ନେଇଥିଲା।ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା 'ପ୍ରତିଟି ଜୀବନ ମୂଲ୍ୟବାନ' କୁ ସାର୍ଥକ କରିବ, ଅତ୍ୟାଧୁନିକ ଭିତ୍ତିଭୂମୀ, ଗୁଣାତ୍ମକ ସ୍ବାସ୍ଥ୍ୟସେବା ସହ ରୋଗୀମାନଙ୍କୁ ସମସ୍ତ ମୌଳିକ ସ୍ବାସ୍ଥ୍ୟ ସେବା ଯୁକ୍ତ ଏହି 'ଆମ ହସ୍ପିଟାଲ'।

୫ଟି ଜରିଆରେ ଏହି ଚିକିତ୍ସାଳୟ ଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ମାନବ ସମ୍ବଳର ବୃଦ୍ଧି କରାଯାଇଛି ଓ ରୋଗୀଙ୍କ ସୁବିଧା ନିମନ୍ତେ ଏକାଧିକ ପଞ୍ଜୀକରଣ କାଉଣ୍ଟର ସହିତ ବିଦ୍ୟୁତକରଣ ଧାଡି ବ୍ୟବସ୍ଥା କରାଯାଇଛି। ନିକଟରେ ଆମ ହସ୍ପିଟାଲ ପ୍ରକଳ୍ପ ଅନ୍ତର୍ଗତ ଉପଖଣ୍ଡ ଚିକିତ୍ସାଳୟ ରେ ୭ ଜଣ ଡାକ୍ତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୫ ଜଣ ଡାକ୍ତର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁନିଗୁଡ଼ା ନିମନ୍ତେ ୨ ଜଣ ଡାକ୍ତର ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଛି। ତଦସହିତ ଗତମାସରେ ଉପଖଣ୍ଡ ଚିକିତ୍ସାଳୟରେ ନୂତନ ଭାବେ ଏକ ସ୍ୱତନ୍ତ୍ର ଡାଇଆଲିସିସ ୟୁନିଟର ଆରମ୍ଭ କରାଯାଇଛି, ଯାହାଦ୍ୱାରା ଜିଲ୍ଲାବାସୀ ବିଶେଷ ଭାବେ ଉପକୃତ ହେବା ସହ ଜିଲ୍ଲାର ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏକ ସକରାତ୍ମକ ପରିବର୍ତ୍ତନ ଘଟିବ ବୋଲି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ନିଜ ବକ୍ତବ୍ୟରେ ଉକ୍ତ କାର୍ଯ୍ୟକ୍ରମରେ କହିଥିଲେ।