ଚାକିରି କରାଇବାକୁ କହି ଠକେଇ: ୩ ଗିରଫ

ଅନୁଗୁଳ: ଚାକିରି କରାଇ ଦେବାକୁ କହି ଠକେଇ କରିଥିବା ୩ ଜଣ ଲୋକଙ୍କୁ ଗିରଫ କରିଛି ପୁଲିସ। ସେମାନେ ହେଲେ ରାଜକିଶୋରପଡାର ରଂଜନ ତ୍ରିପାଠୀ, ମିତାଲି ତ୍ରିପାଠୀ ଓ ରେଙ୍ଗାଳି ଥାନା ବଜ୍ରକୋଟ ଅଂଚଳର ରଂଜନ ସାହୁ। ପୁଲିସ ସୂଚନା ଅନୁସାରେ, ଏମାନେ ଖବରକାଗଜରେ ଏକ ଜାଲ ନିଯୁକ୍ତି ବିଜ୍ଞାପନ ଦେଇଥିଲେ। ପରେ ଲୋକମାନଙ୍କୁ ଚାକିରି କରାଇବାକୁ କହି ଠକୁଥିଲେ। ସେମାନେ ପାରଳାଖେମୁଣ୍ଡି ଅଂଚଳର ପି. ଧର୍ମାରାଓ ନାମକ ଜଣେ ଲୋକଙ୍କ ପାଖରୁ ୫୨ ହଜାର ଟଙ୍କା ଠକି ନେଇଥିବା ନେଇ ସେ ଅନୁଗୁଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଏହି ମାମଲାରେ ପୁଲିସ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର