ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା ଠାବ, ୩ ଗିରଫ  

ଲକ୍ଷାଧିକ ଟଙ୍କାର ଜର୍ଦ୍ଦା, ମେସିନ, ରାସାୟନିକ ପଦାର୍ଥ ଜବତ

ଭଦ୍ରକ: ଟାଊନ ପୁଲିସକୁ ଆଜି ଏକ ବଡ ସଫଳତା ମିଳିଛି। କୌଣସି ସୂତ୍ରରୁ ସୂଚନା ପାଇଁ ଭଦ୍ରକ ପୁଲିସ ଅଚାନକ ଭାବେ ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଚଢାଉ କରିଛି। ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସେକ୍ ବାବୁ, ମେକ୍ ମନା, ସେକ୍ ଫକୀର ଉଦ୍ଦିନ୍। ଏମାନଙ୍କୁ ପୁଲିସ ଗରିଫ କରିବା ପରେ କୋର୍ଟ ଚାଲାଣ କରିଛି।

ଭଦ୍ରକ ସହର ପୁରୁଣାବଜାର ଥାନା ଅନ୍ତର୍ଗତ କଣ୍ଟାବଣିଆ ବଖରାବାଡି ଅଞ୍ଚଳରେ ଦୁଇଟି ଭଡା ଘରେ ଚାଲିଥିଲା ଏଇ ନକଲି ଜର୍ଦ୍ଦା ତିଆରି କାରଖାନା। ପୁଲିସ ଆଖିରେ ଧୂଳି ଦେଇ ଏଇ ଚୋରା କାରବାର କରୁଥିବା ମାଫିଆଙ୍କୁ ଆଜି ଭଦ୍ରକ ପୁଲିସ କବ୍ଗା କରି ନେଇଛି। ପୁଲିସ ଚଢାଉ ବେଳେ ଘର ଭିତରୁ ପ୍ରାୟ ଦୁଇ ଶହରୁ ତିନି ଶହ ବସ୍ତା ନକଲି ଜର୍ଦ୍ଦା ପତିକୁ ଜବତ କରିଛି। ଗୋଟିଏ ଟ୍ରକରେ ବୋଝେଇ କରି ଏଇସବୁ ନକଲି ଜର୍ଦ୍ଦାପତି ବସ୍ତାକୁ ଥାନାକୁ ଆଣିଥିବା ବେଳେ ନକଲି ଜର୍ଦ୍ଦା ତିଆରି ମେସିନ, ଜର୍ଦ୍ଦା ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ, ପରର୍ଫ୍ୟୁମ, ଜର୍ଦ୍ଦାରେ ପକାଯାଉଥିବା ସେଣ୍ଟ, ଅନେକ ନାମୀଦାମୀ କମ୍ପାନିର ଲୋଗ ରହିଥିବା ଜର୍ଦ୍ଦା ଡବା ଓ ପଲିଥିନ୍ ପ୍ୟାକେଟକୁ ପୁଲିସ ଜବତ କରିଛି।

ଜର୍ଦ୍ଦା ମାଫିଆମାନେ ନକଲି ଜର୍ଦ୍ଦା ପତି ପ୍ରସ୍ତୁକରି ଡବାରେ ସବୁ ସୁରଭି-୫୫ ଗୋପାଲ -୬୦, ହଲଚଲ, ସିବ୍ ଦାଦା ଆଦି କମ୍ପାନିର ଲୋଗ ଲଗାଇ ବାହାରେ ଚଢା ଦରରେ ଜର୍ଦ୍ଦା ବିକ୍ରି କରି କୋଟି କୋଦଟି ଟଙ୍କା ରୋଜଗାର କରୁଥିବାର କଳା କାରବାର ଆଜି ପୁଲିସ ହାତରେ ପର୍ଦ୍ଦାଫାଶ ହୋଇଛି। ଭଦ୍ରକ ପୁଲିସ ଏଇ ନକଲି କାରଖାନା ଉପରେ ଚଢାଉ ବେଳେ ଏଇ କାରବାର ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର