ଭଦ୍ରକ ପୁରୁଣା ବଜାରରେ ନକଲି ଜର୍ଦ୍ଦା କାରଖାନା ଠାବ, ୩ ଅଟକ

ଲକ୍ଷାଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ-ଜର୍ଦ୍ଦା ଜବତ

ଭଦ୍ରକ: ପୁରୁଣା ବଜାର ଥାନା ଅନ୍ତର୍ଗତ ମିର୍ଜାପୁରରେ ମଙ୍ଗଳବାର ଏକ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି। ଏଠାରେ ଦୀର୍ଘ ଦିନରୁ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲ। ପୁଲିସ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ-ଜର୍ଦ୍ଦା ଜବତ କରିଛି। ଜର୍ଦ୍ଦା କାରଖାନାରେ କାର୍ଯ୍ୟତର ୩ ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ଆଜି ଭଦ୍ରକ ବସ୍‌ଷ୍ଟାଣ୍ଡରେ ବସ୍ତାରେ ଜର୍ଦ୍ଦା ପ୍ୟାକିଂ କରି ବସ ଉପରକୁ ଉଠାଯାଉଥିବା ବେଳେ ଟାଉନ ଥାନା ପୁଲିସ ଏହାକୁ ଦେଖିଥିଲା। ସନ୍ଦେହ ହେବାରୁ ବସ୍ତାଗୁଡ଼ିକର ପ୍ୟାକିଂ ଖୋଲି ଯାଞ୍ଚ କରିଥିଲା। ବ୍ୟାପକ ମାତ୍ରାରେ ଜର୍ଦ୍ଦା ଜବତ ହେବା ପରେ ଏହା କେଉଁଠାରୁ ଚାଲାଣ ହେଉଛି ସେ ନେଇ ପୁଲିସର ସନ୍ଦେହ ହୋଇଥିଲା। ଜର୍ଦ୍ଦା ଚାଲାଣକାରୀ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ମିର୍ଜାପୁରସ୍ଥିତ କାରଖାନା ଠାବ ହୋଇଥିଲା। ପୁଲିସ କାରଖାନାରୁ ଜର୍ଦ୍ଦା ପ୍ରସ୍ତୁତରେ ବ୍ୟବହାର ହେଉଥିବା ଜିନିଷ, ବିଭିନ୍ନ କଂପାନିର ଲଗୋ, ଡବା, ଖୋଳ ଆଜି ଜବତ କରିଛି।

ସୂଚନାଯୋଗ୍ୟ ଭଦ୍ରକ ସହର ନକଲି ଜର୍ଦ୍ଦା କାରଖାନାର ପେଣ୍ଠସ୍ଥଳ ପାଲଟିଛି। ଗତବର୍ଷ ଏହି ମଧ୍ୟ ଏହି ଅଞ୍ଚଳରୁ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଥିଲା। ସେତେବେଳେ ଘଟଣା ସହିତ ସଂପୃକ୍ତ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର