ମୋଟରବାଇକ୍‌ ଚୋର ଗ୍ୟାଙ୍ଗର ୩ ଗିରଫ, ୭ଟି ବାଇକ୍ ଓ ମୋବାଇଲ ଜବତ

ରାଉରକେଲା: ସହରର ବିଭିନ୍ନ ସ୍ଥାନରୁ ମୋଟରବାଇକ୍‌, ମୋବାଇଲ ଚୋରି କରୁଥିବା ଗ୍ୟାଙ୍ଗର ୩ ଜଣକୁ ଆଜି ରଘୁନାଥପାଲୀ ପୁଲିସ ଗିରଫ କରିଛି। ଗିରଫ ଚୋରମାନେ ହେଲେ ବାସନ୍ତୀ କଲୋନି ଆମ୍ବେଦକର ବସ୍ତିର ରାଜା ପାତ୍ର (୨୧), ଅଙ୍ଗଦ କୁମାର ଓରଫ ଶର୍ମା, ବିକି ନାଗେଶ୍‌ (୨୨)। ଏମାନଙ୍କ ନିକଟରୁ ପୁଲିସ ୭ଟି ମୋଟରବାଇକ୍‌, ୨ଟି ମୋବାଇଲ ଜବତ କରିଛି।

ମୋଟରବାଇକ୍‌ ଗୁଡ଼ିକ ମଧ୍ୟରେ ରହିଛି ହୁଣ୍ଡା ସାଇନ୍‌ (ଓଡି୨୩ଏଫ୍‌-୦୭୩୭), ହିରୋହୁଣ୍ଡା ପାସନ୍‌ ପ୍ରୋ (ଓଆର୍‌୧୪ଡବ୍ଲୁ-୮୭୯୨), ହିରୋ ହୁଣ୍ଡା ଡିଲକ୍ସ (ଓଡି୧୪ -୪୭୭୨), ସ୍ଲେଣ୍ଡର (ଓଆର୍‌୧୪ବି-୧୮୨୦), ହୁଣ୍ଡା ଏକ୍ଟିଭା (ଓଡି୧୪ସି-୯୫୧୬, ଓଡି୧୪ଏଫ୍‌-୫୭୨୪, ଓଡି ୧୪ଏଫ୍‌ ୫୭୨୪)। ଏମାନଙ୍କ ନାଁରେ ବିଭିନ୍ନ ସ୍ଥାନରେ ୭ରୁ ଅଧିକ ଅପରାଧିକ ମାମଲା ରହିଛି। ଗ୍ୟାଙ୍ଗର ଅନ୍ୟାମନଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାର ରଖିଛି। ଏଫ୍‌ସିଆଇ ବସ୍ତିର ସତ୍ୟନାରାୟଣ ପଣ୍ଡା ରହନ୍ତି।

ଗତକାଲି ପୂର୍ବାହ୍ନ ୯ଟାରେ ଏକ୍ଟିଭା ସ୍କୁଟି (ଓଡି୧୪ସି-୯୫୧୬)ରେ ଛେଣ୍ଡରୁ ଘରକୁ ଫେରୁଥିଲେ। ଗାର୍ଡେନ ବାର୍‌ ନିକଟରେ ଗିରଫ ଅଭିଯୁକ୍ତ ମଧ୍ୟରୁ ଜଣେ ସତ୍ୟନାରାଣଙ୍କ ସ୍କୁଟି, ମୋବାଇଲ୍‌ ଲୁଟି ଫେରାର ହୋଇଯାଇଥିଲେ। ସତ୍ୟନାରାୟଣ ଏ ସଂକ୍ରାନ୍ତରେ ରଘୁନାଥପାଲୀ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ରାଜୁ ସହ ଅନ୍ୟ ତିନିଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର