ରାନ୍ଧୁଥିଲେ ଭାଲୁ ମାଂସ; ବନ ବିଭାଗର ଚଢ଼ାଉ, ୩ ଫେରାର ଅଭିଯୁକ୍ତ ଗିରଫ

Advertisment
ରାନ୍ଧୁଥିଲେ ଭାଲୁ ମାଂସ; ବନ ବିଭାଗର ଚଢ଼ାଉ, ୩ ଫେରାର ଅଭିଯୁକ୍ତ ଗିରଫ

ଦେବଗଡ଼: ବାରକୋଟ ବନାଞ୍ଚଳ ଅନ୍ତର୍ଗତ ସାଲୋହୀ ଗ୍ରାମରେ ଗତ ୨ ତାରିଖ ରାତିରେ ଭାଲୁ ଶିକାର କରି ମାଂସ ରନ୍ଧା ଯାଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢଉ କରଯାଇଥିଲା। ସେତେବେଳ ମାଂସ ଜବତ କରାଯାଇଥିବା ବେଳେ ଶିକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଉକ୍ତ ଘଟଣାରେ ଶନିବାର ବନବିଭାଗ ପକ୍ଷରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସାଲୋହୀ ଗ୍ରାମର ବିର୍ସା ମୁଣ୍ଡା, ପର୍ଶୁ ମୁଣ୍ଡା ଏବଂ ଖୁଲୁଣ୍ଡିକୁଦର ଗ୍ରାମର ଲବ ନାଏକ। ସେମାନଙ୍କ ନିକଟରୁ ଏକ ଗୋଧି ଚମଡା ସହିତ ୧୪ଟି ବୋମା, ୬ଟି ଲୁହା ତୀର, ଧନୁ, ଗନ୍‌ ପାଉଡର୍‌ ଏବଂ ଜନ୍ତୁ ଶିକାର ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି। ଏହା ସହିତ ଗିରଫ ଶିକାରୀମାନେ ହାତ ତିଆରି ବୋମା ପକାଇ ଭାଲୁ ମାରିଥିବା‌ ବନ ବିଭାଗର ତଦନ୍ତ ସମୟରେ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ସାଲୋହୀ ଗ୍ରାମର କେତେକ ଶିକାରୀ ଏକ ଭାଲୁ ଶିକାର କରିବା ସହ ଏକ ପଡ଼ିଆରେ ରୋଷେଇ କରୁଥିଲେ। ଦେବଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ ଏ ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ସେଠାରେ ଚଢ଼ଉ କରିବାକୁ ବାରକୋଟ ବନାଞ୍ଚଳ ଅଧିକାରୀ ଜୟଶ୍ରୀ ମୁର୍ମୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ବନ କର୍ମଚାରୀମାନେ ସଦଳବଳେ ଚଢ଼ଉ କରିଥିଲେ। ଶିକାରୀମାନେ ସେଠାରେ ଡେକ୍‌ଚି, କଡେଇ ଛାଡି ଫେରାର ହୋଇଯାଇଥିଲେ। ବନ ବିବଭାଗ କର୍ମଚାରୀମାନେ କେବଳ ଭାଲୁ ମାଂସ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe