ଦେଶୀ ମଦ ରାନ୍ଧୁଥିଲେ, ଧରାପଡ଼ିଲେ ୩ ଅଭିଯୁକ୍ତ

ରାଉରକେଲା: ରାଉରକେଲା ଅବକାରୀ ପୁଲିସ ପକ୍ଷରୁ ମଦ ଧରପଗଡ଼ ପୁଣି ଆରମ୍ଭ ହୋଇଯାଇଛି। ଇସ୍ପାତସହରର ବିଭିନ୍ନ ବସ୍ତି ଅଞ୍ଚଳ ସମେତ ବିଭିନ୍ନ ବ୍ଲକ ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଉଛି। ଏହି କ୍ରମରେ ବିଶ୍ରା ପୁଲିସ ଥାନା ଅନ୍ତର୍ଗତ ବଙ୍ଗୁରକେଲା, ବଭଜାଡିହି ଅଞ୍ଚଳରେ ଆଜି ଚଢ଼ଉ କରାଯାଇଥିଲା। ମଦ ରାନ୍ଧୁଥିବାବେଳେ ଅବକାରୀ ପୁଲିସ ୩ ଜଣଙ୍କୁ କାବୁ କରିନେଇଥିଲା। ଗିରଫ ଅଭିଯୋଗମାନେ ହେଉଛନ୍ତି ବଙ୍ଗୁରକେଲାର ପୂରଣ ଓରାମ(୨୪), ମଙ୍ଗଳ ସିଂହ ଓ ଭେଜାଡ଼ିହିର ରାଇସନ ଏକ୍କା(୨୮)। ଅଭିଯୁକ୍ତମାନଙ୍କଠାରୁ ୧୧୦ ଲିଟର ଦେଶୀ ମଦ ଓ ୧୨ ହଜାର ଶହେ କେଜି ମହୁଲ ପୋଚ ଜବତ ହୋଇଛି। ପ୍ରକାଶଥାଉକି, ଆଜି ‌ଭୋର୍‌ ସମୟରେ ଅବକାରୀ ପୁଲିସ ସଦଳବଳ ଚଢ଼ଉ କରିଥିଲା। ଅଭିଯୁକ୍ତମାନେ ଗାଁଠାରୁ ଦୂରରେ ଜଙ୍ଗଲ ଭିତରେ ମଦ ରୋଷେଇ କରୁଥିଲେ। ସମସ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଚଢ଼ଉ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର