ଆକ୍ରମଣ କରି ଲୁଟ୍‌ ମାମଲାରେ ୩ ଗିରଫ

ବାଲେଶ୍ବର: ସହଦେବଖୁଣ୍ଟା ଥାନା‌ ଅଞ୍ଚଳରେ ଘଟିଥିବା ଦୁଇଟି ଲୁଟ୍‌ ଏବଂ ଆକ୍ରମଣ ଘଟଣାରେ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ନୂଆପୁର ଅଞ୍ଚଳର ଉଦୟ ପରିଡ଼ା, ଆକାଶ ଲେଙ୍କା ଏବଂ ଗୌରାଙ୍ଗ ନାୟକ।

ଗତ ୧୩ ତାରିଖ ଅପରାହ୍‌ଣ ୪ଟା ବେଳେ ଅନନ୍ତ କୁମାର ବେହେରା ନାମକ ବ୍ୟକ୍ତି ଏକ ମାଛଗାଡ଼ି(ଡବ୍ଲୁ-୩୩ଡି-୭୭୩୯)ରେ ଫୁଲାଡ଼ି ଦେଇ ବାଲେଶ୍ବର ଆଡ଼କୁ ଆସୁଥିବା ବେଳେ କସିମିଳା ନଈ ପାଖରେ ସମ୍ପୃକ୍ତ ୩ ଜଣ ଯୁବକ ଏକ ହୋଣ୍ଡା ସାଇନ୍‌ ବାଇକ୍‌ରେ ଆସି ତେଲେଙ୍ଗା କଟୁରି ଏବଂ ବନ୍ଧୁକ ଦେଖାଇ ତାଙ୍କୁ ଅଟକାଇବା ସହ ଆକ୍ରମଣ କରି ଫେରାର ହୋଇଯାଇଛି। ଏହା ପୂର୍ବରୁ ମଧ୍ୟ ୩ ତାରିଖ ଦିନ ୪ଟା ବେଳେ ଶ୍ରୀନିକ୍ସ କଲେଜ ନିକଟରେ ସମ୍ପୃକ୍ତ ଅଭିଯୁକ୍ତମାନେ ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କଠାରୁ ୧୨ହଜାର ଟଙ୍କା, ପାନକାର୍ଡ, ଆଧାର କାର୍ଡ, ଭି-କାର୍ଡ ଏବଂ ମୋବାଇଲ ଛଡ଼ାଇ ନେଇଥିଲେ। ସେହିପରି ୧୩ ତାରିଖ ସକାଳ ସାଢ଼େ ୭ଟାରେ ବନ୍ଧନ ବ୍ୟାଙ୍କର ଜଣେ ମହିଳା କର୍ମଚାରୀଙ୍କୁ ବଡ଼ନୂଆପୋଖରୀ ଠାରେ ୨ ଜଣ ଯୁବକ ମାରଣାସ୍ତ୍ର ଦେଖାଇ ତାଙ୍କର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ମନିପର୍ସ ଛଡ଼ାଇନେଇଥିଲେ। ଉଭୟ ଘଟଣାକୁ ନେଇ ସହଦେବଖୁଣ୍ଟା ଥାନାରେ ୨୧୯/୨୧ ଏବଂ ୨୨୧/୨୧ ନମ୍ବରେ ଦୁଇଟି ମାମଲା ରୁଜୁ ହୋଇ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର