ଏଟିଏମ ତାଡ଼ିିବା ଉଦ୍ୟମ ପଣ୍ଡ, ୩ ଅଭିଯୁକ୍ତ ଗିରଫ

ଜୟପୁର: ଡକାୟତି ଓ ଏସବିଆଇ ଏଟିଏମ ତାଡିବା ଉଦ୍ୟମକୁ ପଣ୍ଡ କରିଛି ଜୟପୁର ଟାଉନ ପୁଲିସ। ଗତକାଲି ରାତିରେ ଜୟପୁର ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୨ଜଣ ଖସି ପଳାଇଥିବା ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜୟପୁର ଡଙ୍ଗାଗୁଡା ଅଞ୍ଚଳର ରାହୁଲ ମାଛ (୨୦), ହାଟପଦା ଅଞ୍ଚଳର ମୀନ ହିଆଲ(୩୧) ଓ ପରାବେଢ଼ା ଅଞ୍ଚଳର ଶିବ ଖୋସଲା(୧୯)। ଖସି ପଳାଇଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଆଇଆଇସି ବାଲେଶ୍ୱର ଗିଦ୍ଧି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ ଜୟନଗର ପାର୍କ ନିକଟରେ ଅଭିଯୁକ୍ତମାନେ ସମ୍ମିଳିତ ଭାବେ ଏଟିଏମ ତାଡ଼ିବା ସହ ଡକାୟତି ଉଦ୍ୟମ କରୁଥିବାର ଖବର ପାଇଥିଲେ ଇନସପେକ୍ଟର ରଘୁନାଥ ମାଝି। ପରେ ସଦଳବଳେ ସେ ଘଟଣାସ୍ଥଳକୁ ପହଞ୍ଚି ସେମାନଙ୍କୁ ଗିରଫ କରି ପଚରାଉଚୁରା କରିଥିଲେ। ସେମାନେ ଡକାୟତି ଉଦ୍ୟମ କରୁଥିବା ପୁଲିସ ନିକଟରେ ମାନିଥିଲେ। ଚଢ଼ାଉ ସମୟରେ ଏସଆଇ ସୁନିତା ବେହେରା, ଏସ.ସେଠୀ, ଏମଏସ ମାଝି, ଏନ ଗେଡ,ଏସ. ନାଏକ ଓ ଏଲଏନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର