ସୁନ୍ଦରଗଡ଼: ୬୦ ହଜାର ଟଙ୍କାରେ ନାବାଳିକାକୁ ବିକିଦେଲେ ଦଲାଲ, ଉତ୍ତରପ୍ରଦେଶରୁ ଉଦ୍ଧାର, ଦଲାଲ ଦମ୍ପତ୍ତି ସମେତ ୩ ଗିରଫ

ସୁନ୍ଦରଗଡ଼: ଟଙ୍କା ଲୋଭରେ ଦଲାଲ ମାନେ ଜଣେ ଓଡ଼ିଆ ନାବାଳିକାକୁ ୬୦ ହଜାର ଟଙ୍କାରେ ବିକି ଦେଇଛନ୍ତି। ଦୀର୍ଘ ଦିନ ନିଖୋଜ ରହିବା ଏବଂ ଏନେଇ ଥାନାରେ ଅଭିଯୋଗ ହେବା ପରେ ସୁନ୍ଦରଗଡ଼ ଟାଉନ୍‌ ଥାନା ଓ ଲେଫ୍ରିପଡ଼ା ଥାନା ପୁଲିସ ସଂପୃକ୍ତ ନାବାଳିକାକୁ ଉତ୍ତର ପ୍ରଦେଶରୁ ଉଦ୍ଧାର କରିଛି। ସାମ୍ବାଦିକ ସମ୍ମିଳନୀରେ ଶନିବାର ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର ଏହି ସୂଚନା ଦେଇଛନ୍ତି। ଏହି ଘଟଣାରେ ଦଲାଲ ଦମ୍ପତ୍ତି ସମେତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

ଗଣମାଧ୍ୟମର ପ୍ରତିନିଧିଙ୍କୁ ଏସ୍‌ପି କହିଛନ୍ତି, ଚାକିରି ଦେବା ନାଁରେ ନାବାଳିକାର ଜଣେ ସଂପର୍କୀୟ ପଂଚମୀ କମାର, ଦଲାଲ ଦମ୍ପତ୍ତି ଚୌଧୁରୀ ପୁଷ୍ପେନ୍ଦ୍ର ସିଂହ ଓ ତାଙ୍କର ସ୍ତ୍ରୀ ବିମଳା ଚୌଧୁରୀଙ୍କୁ ପୁଲିସ ଗିରଫ। ନାବାଳିକାକୁ ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଅଂଚଳରୁ ଉତ୍ତରପ୍ରଦେଶ ନେଇ ଯାଇଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ନାବାଳିକାକୁ ମୁଜାଫରପୁର ଅଂଚଳରେ ସାହାଡୋଲ ନିବସୀ ବୃଦ୍ଧଙ୍କୁ ୬୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ନାବାଳିକାକୁ ବୃଦ୍ଧ ଜଣକ ବିବାହ କରିଥିଲା ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ପରିବାର ଲୋକଙ୍କ ଦ୍ୱାରା ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଥିଲା। ନାବାଳିକାକୁ ଉଦ୍ଧାର କରିବା ପାଇଁ ଏକ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ପୁଲିସ ଟିମ ଉତ୍ତରପ୍ରଦେଶ ଯାଇଥିଲା। ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଘଟଣା ସହିତ ଜଡ଼ିତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର