କୁଆରମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଡୁମେରଯୋର ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ଗତ ୧୩ ତାରିଖ ଅପରହ୍ଣ ସାଢ଼େ ତିନିଟା ସମୟରେ ୯ ଜଣ ସଶସ୍ତ୍ର ଡକାୟତ ବ୍ୟାଙ୍କରେ ପଶି ଶାଖା ପରିଚାଳକଙ୍କୁ ଭୂଜାଲିରେ ଆକ୍ରମଣ କରି କାଉଁଟର ଓ ଲକରରୁ ୫ ଲକ୍ଷ ୯୦ ହଜାର ୪୦ ଟଙ୍କା ଲୁଟି ନେଇଥିଲେ।
ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥଙ୍କ ନିର୍ଦେଶକ୍ରମେ ବୀରମିତ୍ରପୁର ଏସ୍ଡିପିଓ ଯଶୋବନ୍ତ ସାମଲ , ବୀରମିତ୍ରପୁର ଏସ୍ଆଇ ଦୀପ୍ତିରଞ୍ଜନ ସାହୁ, କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ କୁତ୍ରା ଥାନାର ରାଇକାକଚ୍ଛାର ଗ୍ରାମରେ ଚଢ଼ଉ କରି ବିଜୟ ଲାକ୍ରା(୧୮)କୁ ଗିରଫ କରିଥିଲେ। ତା ସୂଚନାନୁଯାୟୀ ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଗ୍ରାମରୁ ଗୋବିନ୍ଦ ଟପ୍ପୋ(୨୧) ଓ ଫଟାଟାଙ୍ଗର ଗ୍ରାମରୁ ସୁନା ମାଝୀ(୨୩)କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତଙ୍କ ଠାରୁ ଓଡ଼ି ୧୬ଜି ୪୪୨୯ ଓ ଓଡ଼ି ୧୪ଏମ୍ ୦୫୬୨ ଦୁଇଟି ବାଇକ୍ ସହ ୬ ହଜାର ଟଙ୍କାର କଏନ୍ ପ୍ୟାକେଟ୍ ଜବତ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଆଜି ଅଭିଯୁକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ୬ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ପୁଲିସ ସୂଚନା ଦେଇଛି।