କରୋନା ଆକ୍ରାନ୍ତଙ୍କ ଭିଡିଓ ଭାଇରାଲ କରି ଭଦ୍ରକରେ ୩ ଗିରଫ

ଭଦ୍ରକ: ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତଙ୍କ ଭିଡିଓ ଭାଇରାଲ କରି ୩ ଜଣ ଯୁବକ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ସଂପୃକ୍ତ ଯୁବକଙ୍କ ଫଟୋ ଓ ତାଙ୍କ ସଂପର୍କରେ କିଛି ଆପତ୍ତି ଜନକ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ । ଦୁବାଇ ଫେରନ୍ତା ଭଦ୍ରକର କରୋନା ଆକ୍ରାନ୍ତଙ୍କ ଭିଡିଓ ଭାଇରାଲ କରିଥିବା ଯୁବକମାନେ ଭଦ୍ରକ ସହରର ବୋଲି ପୁଲିସ କହିଛି ।

ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଭଦ୍ରକ ଏସପି ରାଜେଶ ପଣ୍ଡିତଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନା ଆଇଆଇସ ଚନ୍ଦନ ଘଡେଇ ପୁଲିସର ଆଇପି ସେଲକୁ ବ୍ୟବହାର କରି ଆଜି ଭାଇରାଲ କରିଥିବା ୩ ଯୁବକଙ୍କୁ ଗିରଫ କରିଛି । ଉଭୟଙ୍କ ନାଁରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ, ଦୁବାଇ ଫେରନ୍ତା ଭଦ୍ରକର ୨୯ ବର୍ଷିଅ ଯୁବକଙ୍କ ରକ୍ତ ନମୁନାରେ କରୋନା ପଜିଟିଭ ଥିବା ଗତକାଲି ବିଳମ୍ବିତ ରାତିରେ ଜଣାପଡ଼ିଥିଲା । ଆଜି କରୋନା ଆକ୍ରାନ୍ତଙ୍କୁ ଜିଲ୍ଲା ପ୍ରଶାସନ କଟକସ୍ଥିତ ଏସସିବିକୁ ସ୍ଥାନାନ୍ତର କରିଛି ।

ସମ୍ବନ୍ଧିତ ଖବର