ଅବକାରୀ ଚଢ଼ଉ ୩ ଗିରଫ, ୫୦୦ଲିଟର ଦେଶୀ ମଦ ଜବତ

ଖୋର୍ଦ୍ଧା: ଅବକାରୀ ବିଭାଗ ପକ୍ଷରୁ ଆଜି ୩ଟି ଭିନ୍ନ ମାମଲାରେ ଚଢ଼ଉ କରି ୨ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିବା ସହ ୫୦୦ ଲିଟର ଦେଶୀ ମଦ ଜବତ କରିଛନ୍ତି ।

ସୂଚନାନୁସାରେ, ଆଜି ଖଲିକୋଟରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଏକ ଇଣ୍ଡିଗୋ କାର୍ (ଓଡି୦୫ଏ୭୨୯୧)ରୁ ଅବକାରୀ ବିଭାଗ ଗୋଡ଼ିପଡ଼ା ଟୋଲ୍ଗେଟ୍ ନିକଟରେ ଅଟକାଇ ଯାଂଚ କରିଥିଲା । ଏଥିରୁ ୩୪୦ଲିଟର ଦେଶୀ ମଦ ଜବତ କରିଛି । ଏହି ଘଟଣାରେ ପୁରୀ କଳାପଦରର କାର ଚାଳକ ଜିତେନ୍ଦ୍ର ବଳିଆରସିଂହ (୨୫), ଶ୍ରୀକାନ୍ତ ବଳିଆରସିଂହ (୨୪) ଓ ଶ୍ରଦ୍ଧାଂଜଳି ସାହୁ (୧୯)ଙ୍କୁ ଅଟକ କରିଥିବା ଜଣାଯାଇଛି । ସେହିଭଳି ମଳିପଡ଼ାର ରାଜୀବ ବିଶ୍ୱାଳ (୩୮)ଙ୍କ ବାଡ଼ିପଟେ ଚଢ଼ଉ କରାଯାଇ ୨୦ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ଗୁରୁଜଙ୍ଗର ରତ୍ନାକର ନାୟକ (୫୦)ଙ୍କ ଠାରୁ ୪ଲିଟର ଦେଶୀ ମଦ ଜବତ କରାଯାଇଛି । ତେବେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କୁ ପଚାରିବାରେ ଏହି ଚଢ଼ଉ କଟକର ଫ୍ଲାଏଂ ସ୍କ୍ୱାଡ୍ କରିଥିବା କହିଛନ୍ତି ।

ସମ୍ବନ୍ଧିତ ଖବର