ଶାଳ ଚୌକାଠ ବୋଝେଇ ଟାଟାଏସି ଜବତ, ୩ ଗିରଫ

କଣିହାଁ: ଏନଟିପିସି-ତାଳଚେର ୫୩ ନମ୍ବର ଜାତୀୟରାଜପଥ ବଲାଙ୍ଗି ଗାଁ ସିଙ୍ଗିଡା ପୋଲଉପରୁ ଏନଟିପିସି ଆଡକୁ ଆସୁଥିବା ଚୋରାଶାଳ ଚୌକାଠ ବୋଝେଇ ଟାଟାଏସି (ଓଡ଼ି-୦୨ଏୟୁ -୦୧୭୯) ଗାଡିକୁ କଣିହାଁ ବନବିଭାଗ ଜବତ କରିବାସହ ଏଥିରେ ସଂପୃକ୍ତଥିବା ୩ ଅଭିଯୁକ୍ତକୁ ଗିରଫ କରିଥିଲେ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଗତକାଲି ରାତି ୧୦ଟା ବେଳେ କଣିହାଁ ବନବିଭାଗ ପେଟ୍ରୋଲିଂ କରିବା ସମୟରେ ଏକ ଟାଟାଏସି ଗାଡ଼ିରେ ସାଇଜ ୪୬ ପିସ ଶାଳ ଚୌକାଠ ଚାଲାଣ କରାଯାଉ ଥିବାବେଳେ ଏହା ଜବତ କରାଯାଇଛି। ଏହାର ମୂଲ୍ୟ ୫୦ହଜାର ଟଙ୍କାହେବ ବୋଲି କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀ କହିଛନ୍ତି। ଗିରଫବ୍ୟକ୍ତିମାନେ ହେଲେ ପ୍ରଦୀପ ସାହୁ (୩୨) ବିଭୁତି ଭୂଷଣ ପ୍ରଧାନ (୪୫) ଓ ଜଗା ସେଠୀ (୨୯) ବୋଲି ଜଣାପଡିଛି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ବନବିଭାଗ ଆଜି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର