ବେଆଇନ କୁକୁଡ଼ା ଲଢ଼େଇ ଉପରେ ଚଢ଼ାଉ, ୩ ଗିରଫ

ଜୟପୁର: ଜ୍ୟୋଉର ବ୍ଲକ ଦୁବୁଲିରେ ବେଆଇନ ଭାବେ ଚାଲୁଥିବା ଏକ କୁକୁଡା ଲଢ଼େଇ ଉପରେ ଆଜି ଅତକ୍ରିତ ଭାବେ ଚଢ଼ାଉ କରିଛି ଜୟପୁର ସଦର ପୁଲିସ। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜୟ ନଗର ଅଂଚଳର ପ୍ରକାଶ ସାହୁ(୩୮), ଉମୁରି ଅଂଚଳର ପ୍ରଫୁଲ୍ଲ ନାୟକ(୩୫) ଓ ଏକମ୍ବା ଅଂଚଳର ମଙ୍ଗରାଜ ହରିଜନ(୩୬)। ଏଥିରେ ଗୋଟିଏ ଗଞ୍ଜା, ଛୁରୀ, ୧୪୧୦ଟଙ୍କା ଓ ୬ଟି ମୋଟର ସାଇକେଲ ଜବତ ହୋଇଛି। ଏନେଇ ଥାନାରେ ୫୮/୨୦ରେ ଏକ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟାରେ ଓଆଇସି ଶିବ ସଙ୍କର ସାହୁ, ଏସଆଇ ଏମ ଡି ନାୟକ ଓ ଏସ ଆଇ ଏସକେ ସ୍ୱାଇଁ ଏବଂ କର୍ମଚାରୀ ଚଢ଼ାଉ କରିଥିଲା ବେଳେ ଏସ ଆଇ ସୀମା ପ୍ରଧାନ ତଦନ୍ତକାରୀ ଅଧିକାରୀ ରହିଛନ୍ତି।

ସମ୍ବନ୍ଧିତ ଖବର