ଡକାୟତି ଉଦ୍ୟମ ପଣ୍ଡ: ୩ ଡକାୟତ ଗିରଫ୍‌, ୩ ଫେରାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଠାରୁ ବେନଙ୍ଗା ଯିବା ରାସ୍ତାର ଭଟ୍ଟାଝରି ନିକଟସ୍ଥ କାଣ୍ଡଗୁଡା ଠାରେ ଗତ ୧୮ ତାରିଖ ସନ୍ଧ୍ୟାରେ କିଛିଲୋକ ଡକାୟତି ଉଦ୍ୟମ ବେଳେ ଲାଞ୍ଜିଗଡ ପୁଲିସ ଘଟଣାସ୍ଥଳକୁ ଯାଇ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତମାନେ ହେଲେ ବିଜେପୁର ପଞ୍ଚାୟତ ସୁନାଖଡିକା ଗ୍ରାମର ରାଜେନ୍ଦ୍ର ନାଏକ, ଲାଖବାହିଲି ପଞ୍ଚାୟତର ଅର୍ଜୁନ ହରିଜନ ଓ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କାଞ୍ଜିମମାଣ୍ଡି ଗ୍ରାମର ବାଳି ମାଝୀ।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଠାରୁ ବେନଙ୍ଗା ଯିବା ରାସ୍ତାର ଭଟ୍ଟାଝରି ନିକଟସ୍ଥ କାଣ୍ଡଗୁଡା ଠାରେ ଗତ ୧୮ ତାରିଖ ସନ୍ଧ୍ୟାରେ ୬ ଜଣ ଯୁବକ ଡକାୟତି ଉଦ୍ୟମର କରୁଥିଲେ। ଲାଞ୍ଜିଗଡ଼ ପୁଲିସଖବର ପାଇ ଘଟଣା ସ୍ଥଳକୁ ଯିବା ବେଳେ ପା ୟ ୬ ଜଣଙ୍କ ମଧ୍ୟରୁ ୩ ଜଣ ଘଟଣାସ୍ଥଳରୁ ଖସି ଯାଇଥିଲେ।

ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଭୁଜାଲି, ଲଙ୍କାଗୁଣ, ଲୁହାରଡ଼ ଓ ଛୁରୀ ଇତ୍ୟାଦି ଜବତ କରିଛି। ୩ ଜଣଙ୍କ ପାଖରୁ ଭୋଟର କାଡ଼, ଆଧାର କାର୍ଡ ଆଦି ନାମ ବଦଳାଇ ତିନିଟି ଲେଖାଏଁ ଥିବା ଜଣା ପଡ଼ିଛି। ପୁଲିସ ମାମଲା ରୁଜୁ କରି ୩ ଜଣଙ୍କୁ କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ କରୁ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର