ମଦ ଭାଟିରେ ଗଣ୍ଡଗୋଳ କରି ଦୁଇ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମା ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଦାମନଯୋଡି ରାସ୍ତାକଡ଼ରେ ଥିବା ଏକ ସରକାରୀ ଲାଇସେନ୍ସପ୍ରାପ୍ତ ଦେଶୀମଦ ଭାଟିରେ ଗଣ୍ଡଗୋଳ କରିବା ସହ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଆଜି କାକିରିଗୁମା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୁତ୍ରରୁ ଜଣାପଡିଛି କି କାକିରିଗୁମାସ୍ଥିତ ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଭାଟିରେ ଶୁକ୍ରବାର ଦିନ କାକିରିଗୁମାର ଶିବ ହିଆଲ୍ ଓ ବଡ ନେର୍କା ଗ୍ରାମର କୃଷ୍ଣ ମହାନନ୍ଦିଆ ପହଚିଂ ଚାନ୍ଦା ମାଗିଥିଲେ। ଭାଟି ମାଲିକ ଚାନ୍ଦା ନଦେବାରୁ ସେଠାରେ ଭଙ୍ଗାରୁଜା କରିଥିଲେ। ପରେ ଭାଟି ମାଲିକଙ୍କ ଅଭିଯୋଗ କ୍ରମେ ଦୁହିଁଙ୍କୁ କାକିରିଗୁମା ପୁଲିସ ଗିରଫ କରି  ଏକ ମାମଲା ରୁଜୁଛି। ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଉଲ୍ଲାସ କୁମାର ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର