ଗୁଣପୁର ପଥର ଖଣିରେ ବିସ୍ଫୋରଣ ଘଟଣା: ପୁଣି ୩ ଜଣ ଗିରଫ

ରାୟଗଡ଼ା: ଗୁଣପୁର ନିକଟ ଓକିଲଗୁଡ଼ା ଗାଁରେ ଥିବା ପଥର ଖଣିରେ ବିସ୍ଫୋରଣ ଘଟଣାରେ ପୁଲିସ ପୁଣି ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ସୌରା ପ୍ରଧାନୀଗୁଡ଼ା ଗାଁର ଘାସି ଯୋଗୀଙ୍କ ପୁଅ ପ୍ରତାପ ଯୋଗୀ (୩୮), ପ୍ରଦୀପ ଯୋଗୀ (୩୪) ଓ ସ୍ୱର୍ଗତ ରାମଚନ୍ଦ୍ର ଯୋଗୀଙ୍କ ପୁଅ ଘାସି ଯୋଗୀ (୬୨)। ପୁଲିସ ପୂର୍ବରୁ ସଂଜୟ ଗମାଙ୍ଗୋଙ୍କ ପୁଅ ହରିଶ୍ଚନ୍ଦ୍ର ଗମାଙ୍ଗୋଙ୍କୁ ଗିରଫ କରିଥିଲା।

ପୁଲିସ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ବିସ୍ଫୋରକ ସାମଗ୍ରୀ ଯଥା- ଇଲେକଟ୍ରୋନିକ୍‌ ଡିଟୋନେଟର, ଜିଲୋଟିନ୍‌, ତାର, ଟ୍ରାକ୍ଟରେ ବ୍ୟବହୃତ କମ୍ପେସର, ଡ୍ରିଲିଂ ପାଇଁ ବ୍ୟବହୃତ ପାଇପ, ଟ୍ରିପର (ଓଡି-୧୮-ଜି-୩୮୮୪) ଓ ଟ୍ରପିର (ଓଡି-୧୮-୬୯୭୫), ଟାଟା ହିଟାଚି ମେସିନ, ହୁଣ୍ଡାଇ କ୍ରେଟା (ଓଡି-୦୨-ବିବି-୬୫୬୬) ଆଦି ଜବତ କରିଛି।

ସୂଚନାଯୋଗ୍ୟ ଗତ ୧୬ ତାରିଖ ଅପରହ୍ନରେ ଓକିଲଗୁଡ଼ା ଗାଁରେ ଥିବା ପଥର ଖଣି ବିସ୍ଫୋରଣ ସମୟରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଏହି ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଥିଲେ। ମୃତକମାନେ ହେଲେ ରାୟଗଡ଼ା ଜିଲ୍ଲା ପୁଟାସିଂହ ଥାନା ଅନ୍ତର୍ଗତ ଲୁଙ୍ଗୁରୁଟାଲ ଗାଁର ମାଲାକୁ ସବରଙ୍କ ସ୍ତ୍ରୀ କୁଶବତୀ ସବର (୪୦), ଯୀଶୁ ସବରଙ୍କ ପୁଅ ଯମେଶ ସବର ଓ ଗୁଣପୁର ଥାନା ଅନ୍ତର୍ଗତ ମେରିଂ ଗାଁର ଚୁୁଚୁଙ୍ଗ ସବରଙ୍କ ପୁଅ ଦୁଦି ସବର (୩୫)।

ସମ୍ବନ୍ଧିତ ଖବର