ନୂଆପଡ଼ା: ବ୍ରଜବାପ୍ତା କାତି ଚାଲଣ କରୁଥିବା ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଜୋଙ୍କ ପୁଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଖରିଆର ରୋଡ଼ ଜୋଙ୍କ ପୁଲିସ ଗେତମା ଉଡ଼ାଜାହାଜ ପଡ଼ିଆ ଠାରେ ୩ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖିଥିଲା। ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚୁରା ବେଳେ ଜଣାପଡିଥିଲା ଯେ ସଂପୃକ୍ତ ବ୍ୟକ୍ତିମାନେ ବଜ୍ରକାପ୍ତା କାତିକୁ ନେଇ ରାଜ୍ୟ ବାହାରେ ବିକ୍ରି କରୁଛନ୍ତି। ପରେ ଜୋଙ୍କ ପୁଲିସ ସମସ୍ତ ଅଭିଯୁକ୍ତମାନଙ୍କୁ ଖରିଆର ରୋଡ଼ ବନ ବିଭାଗଙ୍କୁ ହସ୍ତାନ୍ତର କରିଥିଲା।

Advertisment

ବନ ବିଭାଗ ଘଟଣା ଉପରେ ତଦନ୍ତ କରି ବ୍ରଜକାପ୍ତା କାତି ଚାଲଣ କରୁଥିବା ଅଭିଯୋଗରେ ବରଗଡ଼ ଜିଲ୍ଲାର ଝାରବନ୍ଧ ଗ୍ରାମର ପ୍ରେମାନନ୍ଦ ବେହେରା, ଝାରବନ୍ଧ ଗ୍ରାମର ଡୁବୁରୀ ଗ୍ରାମର ହରେକୃଷ୍ଣ ପ୍ରଧାନ, ନୂଆପଡ଼ା ପଞ୍ଚମପୁର ଗ୍ରାମର ଭରତ ଦାସଙ୍କୁ ବନ୍ୟପ୍ରାଣୀ ସୁରକ୍ଷାର ଆଇନ ଅନୁଯାୟର ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ଏକ ସ୍କପିଓ (ଓଡି ୧୭ କ୍ୱ ୫୧୩୭) ଜବତ ହୋଇଛି। ସମସ୍ତଙ୍କୁ କୋର୍ଟ ଚାଲଣ କରାଯାଇଛି ବୋଲି ଖରିଆର ରୋଡ଼ ରେଞ୍ଜର ନିରଞ୍ଜନ ମାଝୀ ପ୍ରକାଶ କରିଛନ୍ତି।