୩ ଗୋରୁ ବ୍ୟବସାୟୀଙ୍କୁ ବାନ୍ଧିଲା ପୁଲିସ, ପିସ୍ତଲ-ଅଫୁଟା ଗୁଳି ସହ ସ୍କୋର୍ପିଓ ଜବତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ଗମଲେଇ ସାପ୍ତାହିକୀ ହାଟ ନିକଟସ୍ଥ ଗୋରୁ ବ୍ୟବସାୟୀକୁ ନେଇ ଡକାୟତି ଘଟଣାରେ ଲହୁଣିପଡା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିଶ୍ରା ଗୁଡଗୁଡଜୋରର ମୋଜାମିଲ୍‌ ଅନ୍‌ସାରୀ (୨୭), ମହମ୍ମଦ ଅନ୍‌ସାରୀ (୨୬), ବ୍ଲକ ରୋଡର ସାହିଲ ଖାନ୍ ଓରଫ ସାନୁ (୨୫)। ଏମାନଙ୍କ ନିକଟରୁ ପିସ୍ତଲ, ୬ଟି ଅଫୁଟା ଗୁଳି, ଖୋକା, ନଗଦ ଟଙ୍କା, ସ୍କୋର୍ପିଓ କାର୍‌ (ଓଆର୍‌୨୩ଡି-୯୬୩୬) ଜବତ କରିଛି। ଗିରଫ ଡକାୟତିଙ୍କ ନାଁରେ ଏକାଧିକ ଡକାୟତି, ଚ‌ୋରି ଓ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି। ଗିରଫ ଅଭିଯୁକ୍ତ ମାନେ ଗୋରୁ ବ୍ୟବସାୟ କରନ୍ତି। ବିଶ୍ରା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଗୋରୁ ବ୍ୟବସାୟ କରିଥାନ୍ତି। ଗତ ୧୧ ତାରିଖରେ ଲହୁଣିପଡା ଗବଲେଇ ସାପ୍ତାହିକ ହାଟକୁ ଗୋରୁ ବ୍ୟବସାୟୀ କରିବାକୁ ଆସଥିଲେ। ସ୍ଥାନୀୟ ଅଞ୍ଚଳର ମହମ୍ମଦ ଆବିଲ୍‌ ସେହି ହାଟକୁ ଛେଳି କିଣିବାକୁ ଯାଇଥିଲେ। ମାର୍କେଟରେ ଭିଡ ଥିବାରୁ ଆବିଲ୍‌ଙ୍କ ମୋଟରବାଇକ୍‌ ଗିରଫ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଗାଡିରେ ବାଜିଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

Sambad

ଏହା ପୂର୍ବରୁ ବିଶ୍ରା ସାପ୍ତାହିକ ହାଟରେ ମଧ୍ୟ ଆବିଲ ଓ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଅନୁରୂପ କଳିଝଗଡା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଗତକାଲି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଗିରଫ ତିନି ବ୍ୟବସାୟୀ ସ୍କୋର୍ପିଓରେ ଆସି ଗମଲେଇ ମାର୍କେଟରେ ପହଞ୍ଚିଥିଲେ। ଆବିଲଙ୍କ ସହ ମାଡ଼ପିଟ୍‌ କରିଥି‌ଲେ। ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ ଆବିଲଙ୍କ ଠାରୁ ୭୧୫୦ ଟଙ୍କା ନେଇ ଫେରାର ହୋଇଯାଇିଲେ। ଆବିଲ ଏ ସଂକ୍ରାନ୍ତରେ ଲହୁଣିପଡା ଥାନାକୁ ଜଣାଇଥିଲେ। ପୁଲିସ ଟିମ୍‌ ସ୍ପୋର୍ପିଓର ପିଛା କରି ଅପରାହ୍ନ ପ୍ରାୟ୍ ୩ଟାରେ ଡୁମେର୍ତ୍ତା ଜଙ୍ଗଲ ନିକଟରେ ତିନି ବ୍ୟବସାୟୀକୁ ଗିରଫ କରିବାରେ ସଫଳ ହୋଇଥିଲେ। ଗ୍ୟାଙ୍ଗର ତିନି ବ୍ୟବସାୟୀ ନା ଅନ୍ୟ ‌କେଉଁମାନେ ଅଛନ୍ତି ପୁଲିସ ତା’ର ଖୋଳତାଡ କରୁଛି।

ସମ୍ବନ୍ଧିତ ଖବର