ଲକଡାଉନରେ ଛାତ ଭାଙ୍ଗି ମଦ ଚୋରି, ୩ ଗିରଫ, ୪ ପେଟି ମଦ ଜବତ

ଅବକାରୀ ଚଢ଼ାଉ: ୮ ଗିରଫ, ୨୧୩ ଲିଟର ମଦ ଜବତ

ରାଉରକେଲା: ଲକଡାଉନରେ ଛାତ ଭାଙ୍ଗି ମଦ ଦୋକାନରୁ ହୋଇ ଥିବା ଚୋରି ଘଟଣାରେ ପ୍ଲାଣ୍ଟ ସାଇଟ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ୪ ପେଟି ବିଦେଶୀ ମଦ ଜବତ କରିଛି ପୁଲିସ। ମଦ ଚୋରିରେ ଚୋରମାନେ ବ୍ୟବହାର କରିଥିବା ଅଟୋକୁ ମଧ୍ୟ ପୁଲିସ ଜବତ କରିଛି । ଲକଡାଉନରେ ମଦ ଦୋକାନରୁ ଚୋରି ଘଟଣା ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇ ଥିବା ବେଳେ ମଦୁଆ ଚୋରମାନଙ୍କୁ ଧରିବାରେ ସହାୟକ ହୋଇ ଥିଲା ଦୋକାନରେ ଲାଗିଥିବା ସିସିଟିଭି ।

ତେବେ ଏହି ସିସିଟିଭି ଆଧାରରେ ପୁଲିସ ଗୋପବନ୍ଧୁ ପାଲିରୁ ଚୋରଙ୍କୁ ଗିରଫ କରିଥିଲା l ସେମାନେ ହେଲେ ଚନ୍ଦନ ମଣ୍ଡଳ, ଏସ.କେ.ସଲମାନ ଓ ପ୍ରତାପ ଯାଦବ l କିଛି ମଦ ବୋତଲକୁ ଚଢା ଦରରେ ମଦୁଆଙ୍କୁ ବିକ୍ରି କରିଦେଇଛନ୍ତି ଚୋରଦଳ l ଆଉ କିଛି ନିଜେ ପିଇଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି l ଗତ ସୋମବାର ବିଳମ୍ବିତ ରାତିରେ ସେକ୍ଟର ୨୧ ନୟାବଜାର ମାର୍କେଟରେ ଥିବା ମଦ ଦୋକାନର ଆଜବେଷ୍ଟସ ଭାଙ୍ଗି ଭିତରକୁ ପଶି ୫ରୁ ୬ ପେଟି ମଦ ଚୋରି କରି ନେଇଥିଲେ l

ସେହିପରି ଅବକାରୀ ବିଭାଗ ତରଫରୁ ଅତର୍କିତ ଭାବେ ଚଢ଼ାଉ କରି ୨୧୩ ଲିଟର ଦେଶୀ ମଦ ଜବତ କରି ୮ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅବକାରୀ ବିଭାଗ ଗୋଟିଏ ସ୍କୁଟି ଓ ବାଇକ ମଧ୍ୟ ଜବତ କରିଥିବା ଜଣାଯାଇଛି । ଚଢ଼ାଉ ସମୟରେ ପାନପୋଷ ଅବକାରୀ ନିରୀକ୍ଷକ ଶଶୀକାନ୍ତ ଦତ୍ତ, ରାଉରକେଲା ଓଆଇସି ଅବନୀ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର