ପରିତ୍ୟକ୍ତ କୂଅରୁ ୩ଟି ବାର୍‌ହା ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ରଙ୍ଗଲି ବ୍ଲକ ଲହମନି ଗାଁର ଚାଷ ଜମି ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅରୁ ୩ଟି ବାରହାଙ୍କୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ସକାଳେ ଗ୍ରାମବାସୀ ଏହି ପରିତ୍ୟକ୍ତ କୂଅରେ ବାରହା ପଡ଼ିଥିବା ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଗ୍ରାମବାସୀଙ୍କ  ଚେଷ୍ଟା କରିଥିଲେ ମଧ୍ୟ ବାର୍‌ହାକୁ ଉଦ୍ଧାର କରି ପାରି ନ ଥିଲେ। ବିଫଳ ହେବାରୁ ଶେଷରେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ପରେ ବନ କର୍ମଚାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଡ୍ରୋଜର ସହାୟତାରେ ୩ଟି ବାରହାଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ। କୂଅରୁ ବାହାରିବା ପରେ ୩ଟି ଯାକ ବାରହା ଜଙ୍ଗଲ ଭିତରୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ତେବେ ୩ଟି ବାର୍‌ହା ଧାନ ଖାଇବାକୁ ଆସିଥିବା ସମୟରେ ଏହି ପରିତ୍ୟକ୍ତ କୂଅ ଭିତରେ ପଡ଼ିଯାଇଥିବା ବନବିଭାଗ କର୍ମଚାରୀ କହିଥିଲେ।

ସମ୍ବନ୍ଧିତ ଖବର