ଜୟପୁର: ସହରର ବିଭିନ୍ନ ହୋଟେଲ, ଡାବା, ଗ୍ୟାରେଜ, କାଜୁ ମିଲ୍, ଜଳଖିଆ ହୋଟେଲ, ଆଦିରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଚଢ଼ାଉ କରି ୩ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ। ଜୟପୁରରୁ ୩ଜଣକୁ ଉଦ୍ଧାର କରାଯାଇଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉରେ ଶିଶୁ ସୁରକ୍ଷା ଅଧିକାରୀ, ଭାନୁମତି ପୁଜାରୀ, ସହକାରୀ ଶ୍ରମ ଅଧିକାରୀ, ଗ୍ରାମୀଣନିରୀକ୍ଷକ , ଚାଇଲଡ୍ ଲାଇନର ସଭ୍ୟଙ୍କ ସହ ଜୟପୁର ଟାଉନଥାନା ପୁଲିସ ଏଥିରେ ଭାଗ ନେଇଥିଲେ। ଆଗାମୀ ଦିନରେ ବି ଏହି ଚଢ଼ାଉ ଜୟପୁର ସହର ସମେତ ଅନ୍ୟ ଛୋଟ ବଡ ସହରରେ ବି ଚଢ଼ାଉ ଜାରୀ ରହିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ। ବିପଦସଂକୁଳ ସ୍ଥିତିରେ ଯଦି କୌଣସି ଶିଶୁ ଶ୍ରମିକ କାମ କରୁଛନ୍ତି ତେବେ ତୁରନ୍ତ ଜିଲ୍ଲାଶ୍ରମ ବିଭାଗକୁ ସୂଚନା ଦେବାକୁ ଜିଲ୍ଲା ଶ୍ରମ ଅଧିକାରୀ ଅନୁରୋଧ କରିଛନ୍ତି।
୩ ଶିଶୁ ଶ୍ରମିକ ଉଦ୍ଧାର
/sambad/media/post_attachments/wp-content/uploads/2024/06/jpr-sisu-sramik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)