ତେନ୍ତୁଳିଖୁଣ୍ଟି : ଚାଷ ଜମିରୁ ଏକ ପାଣି ମଟର ଚୋରି ହୋଇଥିବା ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ତେନ୍ତୁଳିଖୁଣ୍ଟି ପୁଲିସକୁ ମିଳିଛି ସଫଳତା। ସମସ୍ତ ତିନିଜଣ ଅଭିଯୁକ୍ତ ଅଂଚଳଗୁମ୍ମା ଗ୍ରାମର ଗୁରୁଦେବ ହରିଜନ(୨୫), ଋଷି ମାଝୀ(୨୮) ଏବଂ ଚକା ନାୟକ(୨୬) ବୋଲି ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଟଙ୍କଗିରି ଭୋଇ ସୂଚନା ଦେଇଛନ୍ତି। ଆସନ୍ତା କାଲି ସମସ୍ତ ଅଭିଯୁକ୍ତଙ୍କ ଡାକ୍ତର ମାଇନା ପରେ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯିବ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ସୂଚନା ଅନୁଯାୟୀ, ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଂଚାୟତ ଅନ୍ତର୍ଗତ କୁଜାଯାନୀ ଗୁଡ଼ା ଗ୍ରାମର ଚାଷୀ ଗୋପୀନାଥ ଯାନୀ ଚାଷ କରିବା ଉଦେଶ୍ୟରେ ନିଜ ଚାଷ ଜମିରେ ଏକ ପାଣି ମଟର ଲଗେଇଥିଲେ। ତେବେ ଗତ ୨୦ ତାରିଖ ରାତ୍ରରେ କିଛି ଦୁର୍ବୁର୍ତ୍ତ ପାଣି ମଟର ଚୋରି କରି ନେଇଥିଲେ।

Advertisment

ସକାଳୁ ନିଜ ଚାଷ ଜମିରୁ ପାଣି ମଟର ଚୋରି ହୋଇଥୁବା ଦେଖି ଗୋପୀନାଥ ଯାନୀ ୨୧ ତାରିଖ ଦିନ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ପ୍ରଦାନ କରିଥିଲେ। ଗୋପୀନାଥଙ୍କ ଏତଲାକୁ ଗ୍ରହଣ କରି ପୁଲିସ ପକ୍ଷରୁ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୨୨୩/୨୨ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଜାରି ରଖିଥିଲା। ବିଭିନ୍ନ ଦିଗରୁ ତଦନ୍ତ ପରେ ତିନି ଜଣ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସକୁ ସଫଳତା ମିଳିଛି। ପୁଲିସ ପକ୍ଷରୁ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତ ଠାରୁ ପାଣି ମଟର ଜବତ ହୋଇଥୁବା ବେଳେ ଅଭିଯୁକ୍ତ ମାନେ ଚୋରୀ କରିବା ଘଟଣାକୁ ପୁଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି। ଏଏସଆଇ ଶିବ ପ୍ରସାଦ ଦଳେଇ ଏହି ମାମଲାର ତଦନ୍ତ କରୁଥିଲେ।