ସ୍ବାମୀ ସୁଧାନନ୍ଦ ସରସ୍ବତୀଙ୍କ ତ୍ରିଦିବସୀୟ ବେଦ ପ୍ରବଚନ କାର୍ଯ୍ୟକ୍ରମ

ଭଞ୍ଜନଗର: ମାନବ ସମାଜକୁ ଶୃଙ୍ଖଳିତ ହେବାକୁ ହେଲେ ବେଦ ଶିକ୍ଷା ପ୍ରକୃଷ୍ଟ ମାଧ୍ୟମ। ଭାରତ ପ୍ରାଚୀନ ସଂସ୍କୃତି ଓ ପରମ୍ପରା ବେଶ ଉନ୍ନତ। ତାହାକୁ ପାଥୟ କରି ପରିବାରରେ ସଂସ୍କାର ମୂଳକ କାର୍ଯ୍ୟ କରିବା ଦ୍ବାରା ସୁଖ ଶାନ୍ତି ପ୍ରାପ୍ତ ହେବା ସହ ସମାଜର କଲ୍ୟାଣ ହୋଇଥାଏ ବୋଲି ଭଞ୍ଜନଗର ଭଞ୍ଜ ସାହିତ୍ୟ ପରିଷଦ ଠାରେ ଚାଲିଥିବା ତ୍ରୀଦିବସୀୟ ବୈଦିକ ପ୍ରବଚନ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଏଥିରେ ଓଡ଼ିଶା ଶ୍ରୁତିନ୍ୟାଶର ଅଧ୍ୟକ୍ଷ ତଥା ବୈଦିକ ପ୍ରବକ୍ତା ସ୍ବାମୀ ସୁଧାନନ୍ଦ ସରସ୍ବତୀ ମୁଖ୍ୟଭାବେ ଯୋଗ ଦେଇ ବେଦର ପ୍ରତ୍ୟୋକ ସିଦ୍ଧାନ୍ତ ଯୁକ୍ତିସମ୍ମତ, ବୁଦ୍ଧି ସଙ୍ଗତ, ତର୍କାଧାରିତ ଓ ବିଜ୍ଞାନ ସମ୍ମତ ବୋଲି ପ୍ରବଚନ ମାଧ୍ୟମରେ କହିଥିଲେ। ଭାରତ ହେଉଛି ଜ୍ଞାନର ଗ୍ରନ୍ଥା ବେଦ ଓ ଯଜ୍ଞର ପ୍ରସାରରେ ବ୍ୟକ୍ତି ଓ ବ୍ୟକ୍ତିତ୍ଵର ବିକାଶ ଘଟିଥାଏ। କର୍ମଫଳ ମୀମାଂସା ଉପରେ ଧନ ସବୁବେଳେ କାର୍ଯ୍ୟରେ ଆସିନଥାଏ।

Sambad

ଧର୍ମ ସବୁ ଜନ୍ମରେ କାର୍ଯ୍ୟରେ ଆସେ ତେଣୁ କୃତଜ୍ଞତା ହେଉଛି ବଡ଼ ଧର୍ମ ପିଲାମାନଙ୍କୁ ସଂସ୍କାର ଶିଖାଇବା ସହ ପିତା ମାତାଙ୍କୁ ସମ୍ମାନ ଦେବା, ଓମ୍‌ ଶଦ୍ଦ ଓ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଦ୍ୱାରା ମନର ସ୍ଥିରତା ବୃଦ୍ଧି, ସନାତନ ଧର୍ମ ଓ ତାରି ମୂଳ ଧର୍ମ ବେଦ ସହ ଆମ ଧର୍ମ ସଂସ୍କୃତି ଉପରେ ବୁଝାଇଥିଲେ। ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ ସେଥିପାଇଁ ଆମେ ସବୁବେଳେ ସମାଜରେ ସମସ୍ତଙ୍କୁ ଶ୍ରେଷ୍ଠ ଆଚରଣ କରିବା ଆମ ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ ବୋଲି ସାମାଜିକ ସଂସ୍କାର ଶିଖାଇଥିଲେ। ଗତ ତିନିଦିନ ଧରି ଚାଲିଥିବା ଏହି ପ୍ରବଚନ କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ମହିଳା ଯୋଗଦାନ କରିଥିଲେ। ଏହାକୁ କବି ପ୍ରଶାନ୍ତ ମହାନ୍ତି ସଂଯୋଜନା କରିଥିବା ବ‌େଳେ ବେଦ ପ୍ରଚାର ସମିତିର ସଭାପତି ଲାଲ୍ ମୋହନ ନାୟକଙ୍କ ସମତେ ପ୍ରମୋଦ କୁମାର ମହାନ୍ତି, ଟୁନା ଜେନା, ସୀମାଞ୍ଚଳ ପଟ୍ଟନାୟକ, ପ୍ରଦୀପ କୁମାର ସୁବୁଦ୍ଧି, ବିଜୟ କୁମାର ବେହେରା, ଶରତ ମହାନ୍ତି, ସୁଧୀର କୁମାର ବେହେରା, ଏମ୍ ବିଜୟ କୁମାର, ପତିତ ପାବନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର