ଭାରସାମ୍ୟ ହରାଇ ଗଛରେ ପିଟିଲେ ବାଇକ୍‌, ୩ ମୃତ

ସମ୍ବଲପୁର: ଭାରସାମ୍ୟ ହରାଇ ୩ ଜଣ ବାଇକ୍‌ ଚାଳକ ରାସ୍ତକଡ଼ରେ ଥିବା ଗଛକୁ ଧକ୍କା ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡ଼ପୋଷ ପାଣ୍ଡି ଘନସରା ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ବାମରା ବ୍ଲକ ଅନ୍ତର୍ଗତ ଗଡ଼ପୋଷ ଘନସରା ରାସ୍ତାରେ ଆଜି ଅପରାହ୍ନରେ ୩ ଜଣ ବାଇକ୍‌ ଆରୋହୀ ଯାଉଥିବା ବେଳେ ସେମାନେ ରାସ୍ତାରେ ଭାରସାମ୍ୟ ହରାଇଥିଲେ। ୩ ବାଇକ ଆରୋହୀ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଏଏସ୍‌ଆଇ ଦେବରାଜ ସାହୁ କହିଛନ୍ତି, ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୁଲିସ ପହଞ୍ଚିଥିଲା। ୩ ଜଣଙ୍କୁ ସେ ଗଡ଼ପୋଷ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ୩ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର