କେନ୍ଦୁଝର: ଖାଦାନରେ ଅତଡ଼ା ଖସିବାରୁ ଚାଲି ଗଲା ୩ ଶ୍ରମିକଙ୍କ ଜୀବନ, ଜଣେ ଗୁରୁତର

କେନ୍ଦୁଝର: ଖାଦାନରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମାଟି ଅତଡ଼ା ଖସିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଟାଉନ ଥାନା ଅନ୍ତର୍ଗତ ତୁଳସୀଚଉରା ଗାଁରେ ମାଟି ଖାଦାନକୁ କାମ କରିବା ପାଇଁ ଶ୍ରମିକମାନେ ଯାଇଥିଲେ। କାମ ଚାଲିଥିବା ବେଳେ ଅଘଟଣ ଘଟିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ଥିଲା। ପୁଲିସ ମୃତଦେହ ଗୁଡ଼ିକ ଜବତ କରି ଘଟଣାର ତଦନ୍ତ କରୁଛି ବୋଲି ଟାଉନ ଥାନା ଆଇଆଇସି ସୋମନାଥ ଜେନା ସୂଚନା ଦେଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ। ଶେଷରେ ମାଟି ଅତଡା ମଧ୍ୟରେ ୩ ଜଣଙ୍କ ଜୀବନ ଚାଲିଗଲା।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଟ୍ରାକ୍ଟରରେ କିଛି ଶ୍ରମିକ ମୋରମ ଖାଦାନକୁ ଯାଇ ମୋରମ ଖୋଲୁଥିଲେ। ହଠାତ କୌଣସି କାରଣରୁ ମୋରମ ଅତଡା ଖସି ପଡିଥିଲା। ତେବେ ଶ୍ରମିକ ମାନେ ସେହି ଅତଡା ମଧ୍ୟରେ ଫସି ରହିଯାଇଥିଲେ।

ଏହି ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ଅନେକ ଲୋକଙ୍କ ଭିଡ ମଧ୍ୟ ଜମିରହିଥିଲା ଯ ହେଲେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ଓ ଏହାପାଇଁ କିଏ ଦାୟୀ ତାହାର ତଦନ୍ତ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର