ବଜ୍ରପାତରେ ୨ ଭାଇ ସମେତ ୩ ନାବାଳକ ମୃତ 

ନବରଙ୍ଗପୁର: ନବରଙ୍ଗପୁର ଥାନା ଅନ୍ତର୍ଗତ ଚଟାହାଣ୍ଡି ପଞ୍ଚାୟତର ବାଉଁସିଆଗୁଡା ଗାଁରେ ବ୍ରଜ୍ରପାତରେ ୨ ଭାଇ ସମେତ ୩ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ନାବାଳକମାନେ ହେଲେ ମୋତିରାମ ବିନ୍ଧାଣୀ(୧୪), ଭାଇ ଲଳିତ ବିନ୍ଧାଣୀ (୧୬) ଓ କଦମ ହରୀଜନ(୧୬)। ଆଜି ସଂଧ୍ୟା ପ୍ରାୟ ୫.୫୦ ଘ ସମୟରେ ପ୍ରବଳ ମାତ୍ରାରେ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା। ଏହି ୩ ଜଣ ନାବାଳକ ଶୌଚ ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେମାନେ ଫେରିବା ବେଳେ ବଜ୍ରପାତ ଘଟିବାରୁ ସେମାନେ ସେଠାରେ ହିଁ ଗୁରୁତର ଭାବେ ଆହତ ହୋଇଥିଲେ।

ଗ୍ରାମବାସୀ ସାଙ୍ଗେ ସାଙ୍ଗେ ଏ ସଂକ୍ରାନ୍ତରେ ୧୦୮ ଆମ୍ବୁଲାନସ କୁ ଖବର ଦେଇଥିଲେ। ନବରଙ୍ଗପୁର ରୁ ୨ ଗୋଟି ଆମ୍ବୁଲାନସ ଘଟଣା ସ୍ଥଳକୁ ଯାଇ ଏହି ୩ ଜଣ ନାବାଳକଙ୍କୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ। ନବରଙ୍ଗପୁର ଡାକ୍ତରଖାନାରେ ଡାକ୍ତର ଏହି ୩ ଜଣ ନାବାଳକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ସମସ୍ତ ମୃତକଙ୍କୁ ଶବଗୃହରେ ରଖାଯାଇଛି। ସକାଳୁ ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର