ମାନିଲେନି କରୋନା କଟକଣା: ଦୁଇ ବ୍ୟବସାୟୀଙ୍କ ସମେତ ୩ ଅଟକ

ଅନୁଗୁଳ: ପୂର୍ବରୁ କରୋନା ସଂକ୍ରାନ୍ତରେ ମିଥ୍ୟା ପ୍ରଚାର କରି ଅନୁଗୁଳ ଜିଲ୍ଲାର ୨ ଜଣ ବ୍ୟକ୍ତି ଗିରଫ ହୋଇଥିବା ବେଳେ ସରକାରୀ ନିର୍ଦ୍ଦେଶର ଉଲଂଘନ କରିବା ଅଭିଯୋଗରେ ପୁଣି ୩ ଜଣକୁ ଅଟକ ରଖାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ସପିଂ ମଲ୍‌ ମାଲିକ, ଜଣେ ସୁନା ବ୍ୟବସାୟୀ ଏବଂ ଏକ ମନ୍ଦିରର ମ୍ୟାନେଜର ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି। ଜିଲ୍ଲାପାଳ ମନୋଜ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ନେତୃତ୍ୱରେ ଅନୁଗୁଳ ଏସଡିପିଓ, ଜିଲ୍ଲାପାଳ ମନୋଜ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ନେତୃତ୍ୱରେ ପୌରନିର୍ବାହୀ ଅଧିକାରୀ, ଅନୁଗୁଳ ଏସଡିପିଓ ଅଶ୍ୱିନୀ ସାହୁ, ଥାନା ଅଧିକାରୀ ରମେଶ ବିଶୋଇ, ପୌର ନିର୍ବାହୀ ଅଧିକାରୀ ବିନୋଦ ପଣ୍ଡା ପ୍ରମୁଖ ପୁଲିସ ଓ ପୌର କର୍ମଚାରୀମାନଙ୍କ ସହିତ ଆଜି ସକାଳୁ ଦୋକାନ ବଜାର ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରେତାକୁ ଏଥିରୁ ବାଦ୍‌ ଦିଆଯାଇଥିଲା। ପୌରାଂଚଳରେ ଭିଡ଼ ହେଉଥିବା ଚା’ ଦୋକାନ, ପାନ ଦୋକାନଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା।

ଅନୁଗୁଳ ବଜାରର ଦୋକାନଗୁଡ଼ିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଅନୁଗୁଳ ଅଧିଷ୍ଠାତ୍ରୀ ଦେବୀ ବୁଢ଼ୀ ଠାକୁରାଣୀ, ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ବିଭିନ୍ନ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁ ବନ୍ଦ ରହିଥିଲା। ତେବେ ରାଜ୍‌ ହୋଟେଲ ଛକରେ ଥିବା ଆଖଣ୍ଡଳମଣି ମନ୍ଦିରରେ ଖୋଲା ରହିବା ସାଂଗକୁ ବହୁ ଲୋକ ଏକାଠି ପ୍ରସାଦ ସେବନ କରୁଥିବା ଖବର ପାଇଁ ପ୍ରଶାସନର ଉକ୍ତ ଟିମ୍‌ ଚଉ କରିଥିଲେ। ସରକାରୀ କଟକଣା ଉଲ୍ଲଂଘନ ଅଭିଯୋଗରେ ମନ୍ଦିରର ମ୍ୟାନେଜରଙ୍କୁ ଥାନାକୁ ଧରି ଆଣିଥିଲେ।

ସେହିପରି ଏକ ସପିଂ ମଲ୍‌ ବାହାର ପଟୁ ଅଳ୍ପ ଖୋଲା ଥିବା ବେଳେ ଭିତରେ ବହୁ ଲୋକ ରହିଥିବା ଦେଖି ସଂପୃକ୍ତ ମାଲିକଙ୍କୁ ମଧ୍ୟ ଥାନାକୁ ନେଇ ଆସିଥିଲେ। ସେହିପରି ଅନୁଗୁଳ ବଜାର ଏକ ସୁନା ଦୋକାନ ମଧ୍ୟ ଅନ୍ୟଦିନ ଭଳି ଖୋଲା ରହିଥିଲା। ଦୋକାନ ମାଲିକଙ୍କୁ ବି ପୁଲିସ ଉଠାଇ ଆଣିଥିଲା। ଏହି ତିନି ଜଣକୁ ଅନୁଗୁଳ ଆଦର୍ଶ ଥାନାରେ ଅଟକ ରଖାଯାଇଛି।

ସେପଟେ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ପାଇଁ ଦେଇଥିବା ଆହ୍ଵାନ ଯୋଗୁଁ ଆସନ୍ତାକାଲି ଜିଲ୍ଲାରେ ବସ ଚଳାଚଳ ବନ୍ଦ ରହିବ ବୋଲି ଜିଲ୍ଲା ବସ୍‌ ମାଲିକ ସଂଘ ସଭାପତି ମାନସ ରଞ୍ଜନ ସାମଲ କହିଛନ୍ତି। ସୋମବାର ବୈଠକ ପରେ ବସ୍‌ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଆସନ୍ତା ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପ୍ରାୟ ସଂପୂର୍ଣ୍ଣ ଅନୁଗୁଳ ଜିଲ୍ଲା ବନ୍ଦ ନିଷ୍ପତ୍ତି ସନ୍ଧ୍ୟାରେ କିରାନା ସାମଗ୍ରୀ, ପନିପରିବା ଆଣିବା ପାଇଁ ଦୋକାନକୁ ଦୌଡ଼ିଥିଲେ। ଡେଲି ମାର୍କେଟ ସହିତ ସହରର ବିଭିନ୍ନ ସ୍ଥାନରେ ଥିବା ପରିବା ପସରାଗୁଡ଼ିକରେ ଲୋକଙ୍କ ଭିଡ଼ ହୋଇଥିଲା।

ସମ୍ବନ୍ଧିତ ଖବର