ବ୍ରାହ୍ମଣୀରେ ୩ ନିଖୋଜ, ପାଣିରେ ପହଁରି କୂଳକୁ ଆସିଲେ ୪ଜଣ, ଉଦ୍ଧାର କାର୍ଯ୍ୟ ଜାରି

ଅନୁଗୁଳ/ଢେଙ୍କାନାଳ: ବ୍ରାହ୍ମଣୀ ନଦୀରେ ଶନିବାର ବୁଡ଼ିଯିବାରୁ ୩ ଜଣ ଲୋକ ନିଖୋଜ ହୋଇଛନ୍ତି। ମଝି ନଦୀରେ ଡଙ୍ଗା ବୁଡ଼ିଯାଇଥିଲେ ମଧ୍ୟ ୪ ଜଣ ଲୋକ ପହଁରି ୪ କୁନ୍ଦନଦେଇପୁର କୂଳକୁ ପହଞ୍ଚି ପାରିଛନ୍ତି।

ସୂଚନା ଅନୁସାରେ ପର୍ଜଙ୍ଗ ବ୍ଲକର ମୋଟଙ୍ଗା ଥାନା ଖଡ଼ଗାପ୍ରସାଦ ଗାଁ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଆଜି ସନ୍ଧ୍ୟାରେ ୭ ଜଣ ନଦୀ ପାର ହେଉଥିଲେ। ନଦୀର ଜଳସ୍ରୋତ ଖୀପ୍ର ଥିବାରୁ ଡଙ୍ଗାଟି ବୁଡ଼ିଯାଇଥିଲା।

ନଦୀରେ ୩ ଜଣ ବ୍ୟକ୍ତି ନିଖୋଜ ହେବା ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରିଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ କରିବା ପାଇଁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଡିଏମ, ଉପଜିଲ୍ଲାପାଳ ଓ ଦମକଳବାହିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର