ଯାଜପୁର: ଅଫିସ ସମୟରେ ମଦ୍ୟପାନ କରିବା ୩ ଜଣ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଘଟଣା ସହିତ ସଂପୃକ୍ତ ୩ ଜଣ କର୍ମଚାରୀଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ନିଲମ୍ବିତ କରିଥିବା ଖବର ଏବେ ଚର୍ଚ୍ଚାକୁ ଆସିଛି। ସରକାର ଜନସାଧାରଣଙ୍କ ପାଇଁ ବିବିଧ ଯୋଜନା କରିଛନ୍ତି। ସେହି ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାକୁ ମାସିକ ହଜାର ହଜାର ଟଙ୍କା ଦରମା ପାଇ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଏହି ଯୋଜନା ଯେପରି ତୃଣମୁଳ ସ୍ତରର ଲୋକଙ୍କ ପର୍ଯ୍ୟନ୍ତ ପହଂଚିବ ଓ ସେମାନେ ଉପକୃତ ହେବେ, ଏହାହିଁ ମୂଳଲକ୍ଷ୍ୟ ହୋଇଥିବା ବେଳେ କାର୍ଯ୍ୟରେ ସ୍ୱଚ୍ଛତା ଓ ସମୟାନୁବର୍ତିତା, ଟେକନୋଲୋଜି, ନୂତନ ଚିନ୍ତାଧାରା, ସାମୁହିକ ଉଦ୍ୟମ ଦ୍ୱାରା ସପଂଳତା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ୫ଟି ପରାମର୍ଶ ଦେଇ ପ୍ରଶାସନକୁ ଚଳଚଂଚଳ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି, ତାହାର ସଫଳ ରୂପାୟନ ହୋଇପାରୁ ନାହିଁ।
ତେବେ କିଛି ଲଗାମ ଛଡା ଓ ଅସାଧୁ କର୍ମଚାରୀଙ୍କ ପାଇଁ ଅନେକ କ୍ଷେତ୍ରରେ ଯୋଜନାର ସୁଫଳ ମିଳୁନାହିଁ କିନ୍ତୁ ପ୍ରଶାସନ ଜନସାଧାରଣଙ୍କ ପାଖରେ ନିନ୍ଦିତ ହେଉଛି। ଯାଜପୁର ଜିଲାପାଳ ଯୋଗାଣ ବିଭାଗ ଅଫିସରେ ଅତର୍କିତ ଚଢାଉ କରି ୩ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି।
ଅଫିସ ସମୟ ମଧ୍ୟରେ ଯୋଗାଣ ବିଭାଗର କର୍ମଚାରୀ ଅଫିସ ନିକଟସ୍ଥ ଏକ ହୋଟେଲରେ ମଦ୍ୟପାନ କରୁଥିବା ସୂଚନା ପାଇ ଜିଲାପାଳ ସେହି ହୋଟେଲ ଉପରେ ଚାଉ କରିଥିଲେ। ତେବେ ମିଲନ ହୋଟେଲରୁ ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନନ୍ଦ, ଜୁନିଅର ଏକାଉଣ୍ଟାଂଟ୍ ଗୌତମ ରାୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଭାକର ନାଥ ଜିଲାପାଳଙ୍କ ହାତରେ ମଦ୍ୟପାନରେ ନିମଗ୍ନ ଥିବା ବେଳେ ଧରାପଡିଥିଲେ । ସରକାରୀ କର୍ମଚାରୀ ଜନସାଧାରଣଙ୍କ ସେବା ପାଇଁ ଦରମା ପାଉଥିବା ବେଳେ ଅଫିସ କାର୍ଯ୍ୟ ସମୟରେ ଏପରି ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ଜିଲାପାଳ ସୂଚନା ଦେଇ ଏହି ୩ ଜଣଙ୍କୁ ନିଲମ୍ବିତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Jajpur2.jpg)