ବରଗଡ଼: ଡେପୁଟି ରେଞ୍ଜର ସମେତ ୩ ନକଲି ମାଓବାଦୀ ଗିରଫ, ଲକ୍ଷେ ୬୫ ହଜାର ଟଙ୍କା ଜବତ

ବରଗଡ଼: ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବରଗଡ଼ ଜିଲ୍ଲାର ଭଟଲି ଥାନା ପୁଲିସ ରବିବାର ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି। ନକଲି ମାଓବାଦୀ ମାନଙ୍କ ଠାରୁ ପୁଲିସ ୧ ଲକ୍ଷ ୬୫ ହଜାର ଟଙ୍କା, ୩ଟି ମୋବାଇଲ ଓ ୨ଟି ବାଇକ ଜବତ କରିଛି। ବରଗଡ଼ ଏସ୍‌ପି ନୀତିନ ଭାମୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜୋନ୍‌ର ଡେପୁଟି ରେଞ୍ଜର ବଟକୃଷ୍ଣ ସେଠୀ, ଦଳ ଗୋବିନ୍ଦ ସାହୁ ଓ ବଳରାମ ସାହୁ। ବଳରାମ ଓ ଦଳଗୋବିନ୍ଦ ଦୁଇ ଭାଇ।

ଏସ୍‌ପି ଭାମୁ କହିଛନ୍ତି, ଅଭିଯୁକ୍ତ ମାନେ ୪ ବର୍ଷ ହେବ ନିଜକୁ ମାଓବାଦୀ କହି ସ୍ଥାନୀୟ ଅଞ୍ଚଳରେ ଠିକାଦାର ଓ ବଡ଼ ଲୋକଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିଲେ। ଫୋନରେ ଲୋକଙ୍କୁ ଜଙ୍ଗଲ ଭିତରକୁ ଡାକୁଥିଲେ। ଏହା ପରେ ଧମକ ଦେଉଥିଲେ। ନକଲି ମାଓବାଦୀଙ୍କ ବିରୋଧରେ ପୁଲିସକୁ ବିଭିନ୍ନ ସୂତ୍ରରୁ ସୂଚନା ମିଳିବା ପରେ ଗିରଫ କରିବା ପାଇଁ ଯୋଜନା କରାଯାଇଥିଲା।

ସମ୍ବନ୍ଧିତ ଖବର