ରାଇରଙ୍ଗପୁର: ମୟୂରଭଞ୍ଜ ଅବକାରୀ ବିଭାଗ ସୁପରିଣଟେଡେଣ୍ଟ ପ୍ରଶାନ୍ତ କଅଁରଙ୍କ ନିର୍ଦେଶକ୍ରମେ‌ ରାଇରଙ୍ଗପୁର ଅବକାରୀ ବିଭାଗ ଆଇଆଇସି ନାରାୟଣ ଚନ୍ଦ୍ର ଜେନାଙ୍କ ‌ନେତୃତ୍ଵରେ ମୋବାଇଲ ପାଟ୍ରୋଲିଂ କରୁଥିବା ସମୟରେ ଗଢଛକରେ ଏକ ବାଇକ ଚାଳକ ସେମାନଙ୍କୁ ଦେଖି ଭୟରେ ଦ୍ରୁତଗତିରେ ଆସି ପଳାଉଥିବା ଦେଖି ସନ୍ଦେହରେ ଅବକାରୀ କର୍ମଚାରୀ ପିଛା କରି ବାଇକକୁ ଅଟକାଇ ଯାଞ୍ଚ କରୁଥିବା ବେଳେ ଏକ ସିମେଣ୍ଟ ବେଗରେ ବୋତଲରେ ଭର୍ତ୍ତି ଥିବା ୧୨ ଲିଟର ଦେଶୀ ମଦ ଜବତ କରିଥିଲେ। ମଦ ମାଫିଆ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁଟୁଣୀ ଗ୍ରାମର  ସୁକୁଲାଲ ନାଏକ (୪୨)। ସେହିଭଳି  ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଆନନ୍ଦପୁର ପାଖରେ ସ୍କୁଟିରେ ସେହି ଗ୍ରାମର ତନେୟା ମୁର୍ମୁ (୪୧) ୨୦ ଲିଟର ଦେଶୀ ମଦ ନେଉଥିବାବେଳେ ଅବକାରୀ ହାତରେ ଧରା ପଡ଼ିଥିଲେ।
Advertisment
ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୋଖରିଆ ଗ୍ରାମର ହିନ୍ଦୁ ଟୁଡୁ (୩୭)ଙ୍କ ପାଖରୁ ୧୫ ଲିଟର ଦେଶୀ ମଦ ଜବତ କରି ମାମଲା ରୁଜୁ କରିଛନ୍ତି। ସେହିଭଳି ବହଳଦା ଅଞ୍ଚର ବଡପଳଶା ଗ୍ରାମର ଶକୁନ୍ତଳା ମହାକୁଡଙ୍କ ଠାରୁ  ୧୫ ଲିଟର ଦେଶୀମଦ ଜବତ କରିଛନ୍ତି। ସେହିଭଳି ବହଳଦା ବ୍ଳକର ବଢପଳଶା ଗ୍ରାମର ହମ୍ବ୍ରା ହାଁସଦାଙ୍କ ଠାରୁ ୧୮ ଲିଟର ଦେଶୀମଦ ଜବତ କରିଛନ୍ତି। ଗୋପୀନାଥପୁରର ଲକ୍ଷ୍ମଣ କିସ୍କୁଙ୍କ ଠାରୁ ୧୭ ଲିଟର ଦେଶୀମଦ ଜବତ କରିଛି। ଚଢ଼ଉରେ‌ ଓଆଇସି ମନୋଜ ପୁରୁଷେଠ, ଷ୍ଟାଫ୍ ଦିଲ୍ଲୀପ ଜେନା, ବିପ୍ଳବ ମଲ୍ଲିକ, ଅରୁଣ ମୁଦୁଲି, ପ୍ରିୟଙ୍କା ମ଼ହାନ୍ତ ଏବଂ ଅନ୍ୟ ମାନେ। ସୂଚନାଯୋଗ୍ୟ, ୧୫ ଦିନ ମଧ୍ୟରେ ଅବକାରୀ ବିଭାଗ ବେଆଇନ ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ଦୁଇଟି ବାଇକ ଏବଂ ଗୋଟିଏ ସ୍କୁଟି ଜବତ କଲାଣି।