ନାଲକୋ ନଗର: କୋଭିସିଲଡ଼ କରୋନା ଟିକା ନେବାର ୬ ସପ୍ତାହ ପରେ ନାଲକୋ ଡାକ୍ତରଖାନାର ୩ ସ୍ୱାସ୍ଥ୍ୟ କର୍ମୀ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ନାଲକୋ ଡାକ୍ତରଖାନାର ଜୈନେକ ଡାକ୍ତର ଗତ ଏପ୍ରିଲ ମାସରେ ୨ୟ ପର୍ଯ୍ୟୟ ଟିକା ନେଇଥିଲେ। ଟିକା ନେଵାର ୧ମାସ ବିତି ଯାଇଥିଲା। ଉକ୍ତ ଡାକ୍ତରଙ୍କ କୌଣସି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିନଥିଲା। ସେ ଏକ ଓପି.ଏସ୍.ସି ପରୀକ୍ଷା ଦେବା ପାଇଁ କରୋନା ପରୀକ୍ଷା କରିବା ଆବଶ୍ୟକତା ଥିଲା। ଏଣୁ ଉକ୍ତ ଡାକ୍ତର ପରୀକ୍ଷା କରିବା ପରେ ଗତକାଲି କରୋନା ସଂକ୍ରମଣ ହୋଇଥିବା ଜଣା ପଡିଥିଲା। ଠିକ ସେହି ପରି ନାଲକୋ ଡାକ୍ତରଖାନାର ଅନ୍ୟ ଜନେ ଡାକ୍ତର ଓ ପାରା ମେଡ଼ିକାଲ କର୍ମଚାରୀଙ୍କର ଥଣ୍ଡା କାଶ ହେବା ସହ ଅସୁସ୍ଥ ଲକ୍ଷଣ ଦେଖା ଯିବା ପରେ କରୋନା ପରୀକ୍ଷା କରିଥିଲେ ପରେ କରୋନା ସଂକ୍ରମଣ ବୋଲି ଜଣା ପଡିଥିଲା।ଏବେ ତିନିଜଣ ଡାକ୍ତର ଓ ପରାମେଡ଼ିକାଲ କର୍ମଚାରୀ ସଂଘରୋଧରେ ଥିବା ଜଣା ପଡିଛି।ଟୀକାକରଣ ପରେ ରୋଗ ପ୍ରତିରୋଧକ ଶକ୍ତି ପ୍ରସ୍ତୁତ ହେବାରେ ସମୟ ଲାଗିପାରେ। ଲୋକମାନଙ୍କୁ ଟୀକାକରଣ ପରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ଓ ସତର୍କତା ଅବଲମ୍ବନ ନିହାତି ଆବଶ୍ୟକ ରହିଛି ବୋଲି ଉକ୍ତ ଡାକ୍ତର ପ୍ରକାଶ କରିଛନ୍ତି।
ଟିକା ନେବାପରେ ବି ୩ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ସଂକ୍ରମଣ
/sambad/media/post_attachments/wp-content/uploads/2021/04/corona-d111a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)