ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଓଡ଼ଖଣ୍ଡ ସୋଧୁଅ ଭୋଇ ସାହିରେ ଗୁହାଳ ଧୂଆଁରୁ ନିଆଁ ଲାଗି ୩ ବଖରା ଘର ଜଳି ଯାଇଛି। ନିଆଁରେ ପୋଡି ଗୃହ ପାଳିତ ପଶୁ ଆହତ ହୋଇଛନ୍ତି। ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚିବା ପୂର୍ବରୁ ଗ୍ରାମବାସୀ ନିଆଁ କୁ ଆୟତ୍ତ କରିଥିଲେ।
ସୂଚନା ଅନୁସାରେ, ସୋଧୁଅ ଗ୍ରାମର ପ୍ରଶାନ୍ତ ଭୋଇଙ୍କ ଗୁହାଳ ଘରେ ଆଜି ସନ୍ଧ୍ୟାରେ ମଶାଙ୍କ ଲାଗି ଧୂଆଁ ଦିଆଯାଇଥିଲା। ସେଥିରୁ ନିଆଁ ବ୍ୟାପି ଘରେ ଲାଗିଥିଲା। କିଛି କ୍ଷଣ ମଧ୍ୟରେ ଗୁହାଳ ସମେତ ୩ ବଖରା ଘର ଜଳି ଯାଇଛି। ଗୃହପାଳିତ ପଶୁ ନିଆଁରେ ପୋଡି ହୋଇ ଗୁରତର ଆହତ ହୋଇଛନ୍ତି। ଧାନ, ଚାଉଳ, ପିନ୍ଧା ବସ୍ତ୍ର, ଆସବାବପତ୍ର ଜଳି ଯାଇଥିବା ଜଣାପଡିଛି। ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/7f10c23b-acbf-4832-8cfc-c75a70b66d22.jpg)