ବନ୍ତଳା: ଅନୁଗୁଳ ବ୍ଲକ ଜଙ୍ଗଲ ଘେରା ଗ୍ରାମ ତଳସିରା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କ ତିନି ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ବଲଙ୍ଗ ପଞ୍ଚାୟତ ତଳସିରା ଗ୍ରାମର ବାଦଲ ଦେହୁରୀ, ତୋଫାନ ଦେହୁରୀ, ଉଜ୍ଜ୍ୱଳ ଦେହୁରୀ ପ୍ରତିଦିନ ଭଳି ଖାଇପିଇ ଘରେ ଶୋଇଥିଲେ। ତେବେ ବିଳମ୍ବିତ ରାତି ପ୍ରାୟ ସାଢେ଼ ୧୧ଟା ବେଳେ କୌଣସି କାରଣ ପାଇଁ ତାଙ୍କ ଘରେ ନିଆଁ ଲାଗିଯାଇଥିଲା।ସେମାନେ ଘରେ ନିଆଁ ଲାଗିଥିବା ଜାଣିପାରି ଘର ମଧ୍ୟରୁ କୌଣସି ପ୍ରକାରରେ ବାହାରକୁ ଚାଲି ଆସିଥିଲେ। ଫଳରେ ସେମାନଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ତଳସିରା ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ ଗ୍ରାମର ଉକ୍ତ ଲୋକମାନଙ୍କ ଘରେ ଥିବା ଧାନ ଚାଉଳ ସାଙ୍ଗକୁ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା।
ମଧ୍ୟରାତ୍ରୀରେ ଜଳିଗଲା ତିନି ବଖରା ଘର
/sambad/media/post_attachments/wp-content/uploads/2021/01/9304a905-1bdc-4eca-800c-5eba83b6f8d9.jpg)