୧୧ କେଭି ବିଦ୍ୟୁତ ଖୁଣ୍ଟରେ ପିଟି ନଦୀବନ୍ଧ ତଳକୁ ଓଲଟିଲା କାର, ୩ ଆହତ

ଧଉଳି: ସ୍ଥାନୀୟ ଇଟିପୁର ଗ୍ରାମ ବୁଲାଣି ନିକଟରେ ଆଜି ଅପରାହ୍ନରେ ଏକ ଦ୍ରୁତଗାମୀ କାର ହଠାତ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଦୟା ନଦୀବନ୍ଧ ତଳକୁ ଓଲଟିପଡ଼ିଥିଲା । ଫଳରେ କାର ଭିତରେ ଥିବା ଚାଳକ ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଧଉଳି ଥାନା ପୁଲିସ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କାର ଧକ୍କାରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯିବାରୁ ବିଦ୍ୟୁତ ସେବା ଦୀର୍ଘ ସମୟ ଧରି ବାଧାପ୍ରାପ୍ତ ହୋଇଥିଲା ।

ଖବର ପାଇ ସ୍ଥାନୀୟ ବିଦ୍ୟୁତ ବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି ବିଦ୍ୟୁତ ଖୁଣ୍ଟ ପୋତି ତା’ର ସଂଯୋଗ କରିବା ପରେ ପୁଣି ବିଦ୍ୟୁତ ସେବା ସ୍ବାଭାବିକ ହୋଇଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଇଟିପୁର ଅଭିମୁଖେ ଯାଉଥିବା ଉକ୍ତ କାର ପ୍ରଥମେ ରାସ୍ତାକଡ଼ରେ ଥୁଆ ହୋଇଥିବା ବାଇକକୁ ଧକ୍କା ଦେଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ ଖୁଣ୍ଟ ଭାଙ୍ଗି ସେଥି‌ରୁ ତାର ଛିଣ୍ଡି ଯାଇଥିଲା । ସୌଭାଗ୍ୟବଶତଃ ବିଦ୍ୟୁତ କଟିଯିବାରୁ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର