ଅଟୋ ଓଲଟି ଗୋଟିଏ ପରିବାରର ୩ ଗୁରୁତର

ରାମଚନ୍ଦ୍ରପୁର: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍‌ ତରାଇଲୋ ଛକରେ ଅଟୋ ଓଲଟି ଗୋଟିଏ ପରିବାର ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ରାମଚନ୍ଦ୍ରପୁର ଥାନା ରାଇତୋଳା ଗ୍ରାମର କଳନ୍ଦୀ ସାହୁ (୬୨), ସବିତା ସାହୁ (୨୪) ଓ ସସ୍ମିତା ସାହୁ (୨୦)। ସମସ୍ତଙ୍କୁ ପ୍ରଥମେ ସାଇଁକୁଳ ଡାକ୍ତରଖାନା ସେଠାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ଆଜି ଏକ ଅଟୋ (ଓଆର୍‌-୦୪-କେ-୨୨୩୬)ରେ ଦେଓଗାଁ କୁଶଳେଶ୍ବରଙ୍କ ଦର୍ଶନପାଇଁ ଯାଉଥିଲେ। ତରାଇଲୋ ଛକରେ ଆଗଚକ ଫାଟିଯିବାରୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତାତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇଥିଲେ। ଦୁର୍ଘଟଣା ପରେ ଅଟୋ ଚାଳକ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର