ମୁହାଁମୁହିଁ କାର ଧକ୍କାରେ ୩ ଗୁରୁତର

ହରଭଙ୍ଗା: ଶନିବାର ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଆଡେନିଗଡ଼ ରାଣୀଗଞ୍ଜ ନିକଟସ୍ଥ ବ୍ରିଜ ପାଖରେ ଥିବା ଏକ ଟନିଙ୍ଗରେ ଗୋଟିଏ ଇଣ୍ଡିକୋ ଓ ହୁଣ୍ଡାଇ କ୍ରେଟାକାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କାହେବାରୁ ଉଭୟ ଗାଡ଼ିର ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ୫୭ନଂ ଜାତୀୟ ରାଜପଥରେ ରାଣିଗଞ୍ଜ ଦେଇ ଶନିବାର ଅପରାହ୍‌ଣ ୧ଟା ସମୟରେ ଭୁବନେଶ୍ୱରରୁ କଳାହାଣ୍ଡି ଯାଉଥିବା ଏକ ଇଣ୍ଡିକୋ ସହିତ ଓଡି ୦୮ ଜି-୧୦୦୨ ସହିତ ବୀରମହାରାଜପୁରରୁ ଭୁବନେଶ୍ୱର ଯାଉଥିବା ୩୧ ଏଚ-୩୭୭୭ ନମ୍ବର ହୁଣ୍ଡାଇ କ୍ରେଟା କାର ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ଗାଡ଼ିରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଥିଲେ। ଖବର୍‌ ପାଇ ଆଡେନିଗଡ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ଚିକିତ୍ସା କରିଥିଲେ ମାତ୍ର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆମ୍ବୁଲାନସ୍‌ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କର ସବିଶେଷ ପରିଚୟ ମିଳିପାରିନାହିଁ। ଖବର ପାଇ ଅଡେନିଗଡ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଉଭୟ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର