ଘର ଉପରକୁ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ, ୩ ଆହତ

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ମାଉଁରିଚୁଆଠାରେ ଏକ ଘର ଉପରକୁ ଦଶଚକିଆ ଟ୍ରକ ମାଡ଼ିଯିବାରୁ ୩ ଜଣ ଗୁରୁତର ହୋଇଛନ୍ତି। ଅଶୋକ ଜେନାଙ୍କ ଛାତଘର ଉପରକୁ ଆଜି ହଠାତ ଟ୍ରକଟି ମାଡ଼ିଯାଇଥିଲା। ଏହି ସମୟରେ ଘରେ ଥିବା ଅଶୋକଙ୍କ ପତ୍ନୀ ସସ୍ମିତା ଜେନା (୪୦)ଙ୍କ ସମେତ ତାଙ୍କ ୭ ବର୍ଷର ଝିଅ ଆହତ ହୋଇଛନ୍ତି। ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଗାଡ଼ିରେ ଥିବା ଦୁଇଜଣ ମଧ୍ୟ ଆହତ ହୋଇଛନ୍ତି। ହେଲ୍‌ପର ଟ୍ରକ ଚଳାଉଥିଲେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଗାଁ ଲୋକେ ତାତିବା ସହ ରାସ୍ତାରୋକ କରିଛନ୍ତି। ଖବର ପାଇ ଦଶରଥପୁର ଅତିରିକ୍ତ ତହସିଲଦାର, ଟାଉନ ଥାନା ଅଧିକାରୀଙ୍କ ସମେତ ପୁଲିସ ଫୋର୍ସ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର