ପାତ୍ରପୁର: ମେଘ ଘଡ଼ଘଡ଼ି ଆସିଲେ ମାମୁ-ଭଣଜା ମିଶି ରହିଥିଲେ ଅଲଗା ହେବାକୁ କୁହାଯାଏ। ସତରେ କଣ ମାମୁ-ଭଣଜା ମିଶିକି ରହିଲେ ବଜ୍ରପାତ ପଡେ? ତେବେ ଆଜିର ଘଟଣାକୁ ଦେଖିଲେ ଯେ କୌଣସି ବିଶ୍ବାସ କରିବେ ଦୁଇଟି ପୃଥକ ବଜ୍ରପାତ ହୋଇଥିବା ବେଳେ ଦୁଇଟି ସ୍ଥାନରେ ମାମୁ-ଭଣଜା ମିଶି ରହିଥିବା ବେଳେ ଗୋଟିଏ ସ୍ଥାନରେ ଭଣଜା ଗୁରୁତର ଆହାତ ହୋଇଥିବା ବେଳେ ମାମୁଁ ମୃତ୍ୟୁବରଣ କରିଛନ୍ତି।
ସେହିଭଳି ଅନ୍ୟ ସ୍ଥାନରେ ମାମୁ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ଭଣଜା ମୃତ ହୋଇଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ପାତ୍ରପୁର ତହସିଲ ଅନ୍ତର୍ଗତ ମାଦୁକାବାଡ଼ ଓ ମନ୍ଦରଡ଼ା ଗ୍ରାମରେ। ଖାରିଆଗୁଡ଼ା ପାୟତ ମାଦୁକାବାଡ଼ ଗ୍ରାମର ଜୁର ଶବରଙ୍କ ପୁଅ ରୂପ ଶବର ନିଜ ମାମୁଁ ଘର ସୁରଙ୍ଗୀ ପାୟତ କରପଡ଼ା ଗ୍ରାମର ମୀନ ଶବରଙ୍କ ଘରକୁ ବୁଲିବାକୁ ଆସିଥିବା ବେଳେ ଆଜି କୌଣସି କାମରେ କନିରିଡ଼ା ନିକଟକୁ ମାମୁଁ ମୀନ (୪୭), ମୁମୁଁଙ୍କ ପୁଅ ଥବୀର (୧୦)ଙ୍କ ସହ ଯୁବକ ରୂପ ଶବର (୧୮) ମିଶି ଯାଇଥିଲେ। ହଠାତ୍ ମେଘ, ପବନ ସହ ଘଡ଼ଘଡ଼ି ଆସିଥିଲା ସମସ୍ତେ ନିକଟସ୍ଥ ଆମ୍ବ ତୋଟାରେ ଆଶ୍ରୟ ନେଇଥିଲେ ତେବେ କାଳ ବୈଶାଖୀର କାଳ ବଜ୍ରପାତରେ ଭଣଜା, ମାମୁଁ ଓ ମାମୁଁ ପୁଅ ଭାଇଙ୍କ ଉପରେ ପଡ଼ିଥିଲା।
/sambad/media/post_attachments/wp-content/uploads/2023/06/IMG-20230610-WA0040-1.jpg)
ସମସ୍ତେ ଚିତ୍କାର କରିବାକୁ ଲାଗିଲେ ଚିତ୍କାର ଶୁଣି କନିରିଡ଼ା ଗ୍ରାମର ସ୍ବେଚ୍ଛାସେବୀ ରାମନାଥ ପାଣିଗ୍ରାହୀ ଓ କିଛି ଲୋକଙ୍କ ସହାୟତାରେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ତେବେ ଡ଼ାକ୍ତର ଭଣଜା ରୂପକୁ ମୃତ ଘୋଷଣା କରିବା ସହ ମାମୁଁ ମୀନ ଓ ମୀନଙ୍କ ପୁଅ ଥବୀରଙ୍କ ଚିକିତ୍ସା ଆରମ୍ଭ କରା ଯାଇଥିଲା। ସେହିଭଳି ମନ୍ଦରଡ଼ା ଗ୍ରାମର ମାମୁ ହରିଶ୍ଚନ୍ଦ୍ର ଗୌଡ଼ (୫୬) ଓ ଭଣଜା କେଦାର ଗୌଡ଼ (୨୭) ମିଶି ଛେଳି ଜଗିବାକୁ ମହାଲିମ୍ବ ନିକଟ ସୁନାରିବାଡ଼ କେନାଲ ନିକଟରେ ଛେଳି ଚରାଉଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା ଏଥିରେ ମାମୁଁ ହରିଶ୍ଚନ୍ଦ୍ର ମୃତ୍ୟୁ ବରଣ କରିବଥିବା ବେଳେ ଭଣଜା କେଦାର ଆହାତ ହୋଇ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। ଜରଡ଼ା ପେୁଲିସ୍ ଉଭୟ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁଇ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଅନ୍ୟପକ୍ଷରେ ରୂପକଙ୍କ ପରିବାରରେ ଆକୁଳ ଚିତ୍କାର ଓ ବ୍ୟବଚ୍ଛେଦ ପାଇଁ ନେବା ବେଳେ ବୁକୁଫଟା କ୍ରନ୍ଦନରେ ଉପସ୍ଥିତ ଲୋକଙ୍କ ଆଖିରେ ଲୁହ ଆଣି ଦେଇଥିଲା। ତେବେ ପୁରାଣ ଗ୍ରନ୍ତ୍ରରେ ବଣ୍ଣିର୍ତ ମାମୁ ଭଣଜା କଥାକୁ ଆଜିବି ମଣିଷ ବିଶ୍ବାସ କରିବାକୁ ବାଧ୍ୟ ହେବ ବୋଲି ଅଳରେ ଚର୍ଚ୍ଚା ହେଉଛି।