ଦୁଇ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା, ୩ ଗୁରୁତର

ରାଇରଙ୍ଗପୁର/ଯଶିପୁର: ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ଯଶିପୁର-ରାଇରଙ୍ଗପୁର ମୁଖ୍ୟ ରାସ୍ତାର ଜାମୁକେଶର ବଜାର ଠାରୁ ଅଳ୍ପ ଦୂରରେ ଥିବା ମାଛକାନ୍ଦଣା ଘାଟି ରାସ୍ତାରେ ଦୁଇ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଗୋଟିଏ ଟ୍ରକ ହେଲପରଙ୍କ ଗୋଡ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ହେଲପର ସମେତ ଅଳ୍ପ ଆହତ ହୋଇଥିବା ଦୁଇ ଡ୍ରାଇଭରଙ୍କ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଯଶିପୁର ବଜାର ପଟୁ ଲୁହାପଥର ବୋଝେଇ ଟ୍ରକ ଓ ରାଇରଙ୍ଗପୁର ପଟୁ ଖାଲି ଟ୍ରକ ମାଛକାନ୍ଦଣା ଘାଟି ରାସ୍ତାରେ ଅକସ୍ମାତ ଉଭୟ ଗାଡି ମଧ୍ୟରେ ମୁହାମୁହିଁ ଧକ୍କା ଲାଗିଥିଲା।

ଖାଲି ଥିବା ଟ୍ରକର ସାମନା ପାଖ ଭାଙ୍ଗି ଚୁରମାର ହୋଇ ଯାଇଛି। ଦୁର୍ଘଟଣା ପରେ କିଛି ସମୟ ଧରି ରାସ୍ତାରେ ଗାଡି ଚାଳନା ବ୍ୟାହତ ହୋଇଥିଲା। ଖବର ପାଇ ଯଶିପୁର ଆଇଆଇସି ପଞ୍ଚାନନ ମହାନ୍ତି, ଏ ଏସ୍ ଆଇ ଶ୍ରୀ ବୋଷ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗାଡି ଚଳାଚଳ ସ୍ଵାଭାବିକ କରିଥିଲେ। ଦୁଇ ଟ୍ରକର ନମ୍ବର ଓଡି ୦୯ – ୦୦୧୯ ଓ ଓଡି୦୯ – ୭୫୧୯ ବୋଲି ଜଣା ପଡିଛି।

ସମ୍ବନ୍ଧିତ ଖବର