କନ୍ଧମାଳ: ପୋଖରୀରେ ବୁଡି ତିନି ଶିଶୁଙ୍କ ମୃତ୍ୟୁ

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ନିକଟସ୍ଥ ପର୍ତମହା ଗ୍ରାମରେ ବୁଧବାର ସନ୍ଧ୍ୟାରେ କିଛି ଶିଶୁ ଗାଧେଇବା ପାଇଁ ଯାଇ ଥିବା ବେଳେ ପୋଖରୀରେ ବୁଡି ତିନି ଶିଶୁ ମୃତ୍ୟୁ ଘଟିଛି। ସେମାନେ ହେଲେ ବାୟାବନ୍ଧୁ ନାୟକଙ୍କ ଦୁଇ ଝିଅ ମେନୁକା ନାୟକ (୭), ରେଣୁକା ନାୟକ (୬) ଓ ବୁଦ୍ଧ ସେନାପତିଙ୍କ ଝିଅ ନିଶା ସେନାପତି(୬)। ସୂଚନା ମିଳିବା ପରେ ଘଟଣା ସ୍ଥଳରେ ଦାରିଙ୍ଗବାଡି ପୁଲିସ ଓ ଦମକଳ କେନ୍ଦ୍ର ଘଟଣା ସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରିଛି। ଦାରିଙ୍ଗବାଡି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର