ବେତନଟୀ: ମୟୂରଭଂଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ନିକଟରେ ବୁଧବାର ସନ୍ଧ୍ୟାରେ ଜାତୀୟ ରାଜପଥ ୧୮ ନମ୍ବରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ଗୁଜୁରାଟର ଏକ ଦ୍ରୁତଗାମୀ ଟ୍ରକ (ଜିଜେ ଏଏଫ ୮୫୧୬) ବାଇକ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ୩ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଛି। ପୁଲିସ ସ୍ଥାନୀୟ ଲୋକଙ୍କର ସହାୟତାରେ ତିନି ଜଣ ଲୋକଙ୍କର ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।
ରିପୋର୍ଟ ଲେଖାଯିବା ବେଳକୁ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ମୃତକଙ୍କର ପରିଚୟ ମିଳି ନଥିବା ପୁଲିସ କହିଛି। ରାସ୍ତାରୋକ ଯୋଗୁଁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି। ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଓ ଟ୍ରକ ଚାଳକକୁ ଗିରଫ ପାଇଁ ଦାବି କରିଛନ୍ତି।