ଦେଓଗାଁ: ଦେଓଗାଁ ଥାନା ଅନ୍ତର୍ଗତ ବଲାଙ୍ଗୀର ସଦର ବ୍ଳକର କୁଡ଼ା ସିଂହା ଆର ଆଇ ଅଧୀନରେ ଥିବା ଭୁତିଆରବାହାଲସ୍ଥିତ ମା’ କ୍ରସରଠାରେ ଆଜି ସକାଳେ ବିସ୍ଫୋରଣ ହେବାରୁ ୩ ଜଣ ଶ୍ରମିକ ଗୁରୁତର ହୋଇ ମରଣ ମୁହଁରେ ପଡିଥିବା ଜଣାପଡିଛି। କ୍ରସରରେ କାମ କରୁଥିବା ୩ଜଣ ବଙ୍ଗୀୟ ଶ୍ରମିକ ଗୁରୁତର ହୋଇଛନ୍ତି।

Advertisment

publive-image

ଗୁରୁତର ଶ୍ରମିକମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ବାକୁଡ଼ା ଜିଲ୍ଲା ମଂଚିଇ ଗାଁର ଦେବାଶିଷ ବାଗଡ଼ି, ରାଜୀବ ବାଗଡ଼ି ଓ ବିକାଶ ବାଗଡ଼ି। ଡାହାଣ ଗୋଡ଼ର ଆଣ୍ଠୁରେ ଆଘାତ ହୋଇଥିବାରୁ ଶ୍ରମିକ ଦେବାଶିଷକୁ ବିକାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଖବର ଜଣାପଡିବା ପରେ ଘଟଣା ସ୍ଥଳରେ ବଲାଙ୍ଗୀର ଜୋନର ଫ୍ୟାକ୍ଟ୍ରି ନିର୍ଦ୍ଦେଶକ ବିବେକାନନ୍ଦ ପଟେଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଶ୍ରୀ ପଟେଲଙ୍କୁ ପଚରିବାରୁ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି। ବିନା ପଞ୍ଜିକରଣରେ ସେମାନେ କାମ କରୁଥିଲେ। ସେମାନେ ଅନଭିଜ୍ଞ ବଙ୍ଗୀୀୟ ଶ୍ରମିକ ବୋଲି ଜଣାପଡିଛି।