ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଛାଡ଼ିଥିବା ତିନି ତୁଙ୍ଗ ନେତା ଗୁରୁବାର ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାଯାଇଛି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସମସ୍ତଙ୍କୁ ଉତ୍ତରୀୟ ଦେଇ ବିଜେଡ଼ିରେ ସାମିଲ କରିଥିଲେ। ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସୋନପୁର ଜିଲ୍ଲା ବିଜେଡି ଉପସଭାପତି ରଞ୍ଜିତ କୁମାର ରଥଙ୍କ ଉପସ୍ଥିତରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରାଜଗୋପାଳ ପାଣିଗ୍ରାହୀ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ପୂର୍ବତନ କୋଷାଧକ୍ଷ ରଘୁବୀର ପାଣିଗ୍ରାହୀ, ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ଓବିସି ସେଲ ପୂର୍ବତନ ସଭାପତି ପ୍ରେମାନନ୍ଦ ଜଟି, ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ହରିହର ପାତ୍ର, କେନଝିରିଆପାଲି ପୂର୍ବତନ ସମିତି ସଭ୍ୟ ରୁଷଭ ପଧାନ, ଖଣ୍ଡହତା ପୂର୍ବତନ ସରପଞ୍ଚ ବରିଷ୍ଠ କଂଗ୍ରେସ ନେତା ନିତ୍ୟାନନ୍ଦ ସାହୁ ପ୍ରମୁଖ ଆଜି ଆନୁଷ୍ଠାନିକ ଭାବରେ ବିଜେଡିରେ ସାମିଲ ହୋଇ ଥିବା ଜଣାଯାଇଛି।
ଆଗକୁ ଆହୁରି ନେତା କଂଗ୍ରେସ ଏବଂ ବିଜେପି ଛାଡ଼ି ବିଜେଡିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି। ଏଠାରେ ସୂଚାଇ ଦିଆଯାଇପାରେ ଯେ ଦଶନ୍ଧି, ଦଶନ୍ଧି ଧରି କଂଗ୍ରେସ ସଂଗଠନ କରିଆସୁଥିବା ଉକ୍ତ ନେତୃବର୍ଗ ଙ୍କ ପାଇଁ କଂଗ୍ରେସ ସଂଗଠନ ମଜବୁତ ରହିଥିଲା। ଏମାନେ ଦଳ ଛାଡିବା ପରେ କଂଗ୍ରେସର ଅବସ୍ଥା କ'ଣ ହେବ ବୋଲି ଆଲୋଚନା ହେଉଥିବାବେଳେ ନିର୍ବାଚନ ବେଳେ ଦଳ ବଦଳ ଏକ ଚିରାଚରିତ ପ୍ରଥା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/360c0d3a-3e3f-4c85-839f-597bab1bd930.jpeg)