ବାଲିଅନ୍ତା/ବାଲିପାଟଣା: ଭୁବନେଶ୍ବର ଅବକାରୀ ବିଭାଗ ଟିମ ଆଜି ସକାଳେ ଉଭୟ ବାଲିଅନ୍ତା ଓ ବାଲିପାଟଣା ଥାନା ଅଞ୍ଚଳରେ ଅତର୍କିତ ଚଢ଼ଉ କରି ୩ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ଚୋରାମଦ ବ୍ୟବସାୟୀ ମାନେ ହେଲେ ବାଲିପାଟଣା ଥାନା ଅଞ୍ଚଳର ଦୀପୁ ସାହୁ, ବାଲିଅନ୍ତା ଥାନା ଅଧୀନ ସରକଣା ଗ୍ରାମର ସଚିତ୍ର କୁମାର ନାୟକ(୬୦) ଏବଂ ବଇଁଚୁଆ ବଢ଼େଇସାହିର ରାମଚନ୍ଦ୍ର ଜେନା(୬୦)।
ଦୀପୁ ଠାରୁ ଟିମ ୪୦ ବୋତଲ ଏବଂ ରାମଚନ୍ଦ୍ର ଠାରୁ ସର୍ବାଧିକ ୧୦୦ ବୋତଲ ଆସ୍କାଫର୍ଟି ଜବତ କରିଥିବା ବେଳେ ସଚିତ୍ର ଠାରୁ କେବଳ ୩୪ ବୋତଲ ବିଦେଶୀ ମଦ ଜବତ କରାଯାଇଛି। ଏସଆଇ ଅଂଶୁମାନ ଜେନାଙ୍କ ସମେତ ଏଏସଆଇ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ବରେ ୧୩ ଜଣ କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/WhatsApp-Image-2021-10-07-at-7.24.40-PM.jpeg)